Below header

ଚାଣକ୍ୟ ନୀତି : ଏମିତି ସ୍ତ୍ରୀ ଙ୍କୁ ବିବାହ କଲେ ପୁରୁଷ ଜୀବନ ହୋଇଥାଏ ଧନ୍ୟ

ଚାଣକ୍ୟ ନୀତି ଅନୁଯାୟୀ ମହିଳାମାନଙ୍କ ବ୍ୟକ୍ତିତ୍ୱ ଜାଣିବା ବା ବୁଝିବା ଖୁବ କଷ୍ଟ । ଏମାନେ କେଉଁ ସମୟରେ ଖୁସି ରୁହନ୍ତି ଓ କେଉଁ ସମୟରେ ଦୁଃଖରେ ରୁହନ୍ତି ତାହା ଜାଣିବା କାଠିକର ପାଠ । ଶାସ୍ତ୍ରର ଉଲ୍ଲେଖ ରହିଛି ଯେ ସ୍ତ୍ରୀମାନଙ୍କ ବ୍ୟବହାର ଓ ସେମାନଙ୍କ ବ୍ୟକ୍ତିତ୍ୱ ବାବଦରେ ବୁଝିବା ଦୁନିଆର ସବୁଠୁ କଷ୍ଟ କାମ ।

କିନ୍ତୁ ଏନେଇ ଚାଣକ୍ୟ ଏକ ତରିକା ଖୋଜି ବାହାର କରିଥିଲେ । ତାଙ୍କ ଅନୁଯାୟୀ, ମହିଳା ମାନଙ୍କ କେତେକ କାର୍ଯ୍ୟ କିମ୍ବା ବ୍ୟବହାରରୁ ସେମାନଙ୍କ ପ୍ରକୃତି କେମିତି ତାହା ସହଜରେ ଜାଣି ପାରିବେ । ପୁରୁଷ କେଉଁଭଳି ସ୍ତ୍ରୀଙ୍କୁ ବିବାହ କଲେ ତାଙ୍କ ଜୀବନ ଧନ୍ୟ ହୋଇଥାଏ, ସେ ସମ୍ପର୍କରେ ଚାଣକ୍ୟ ଏପରି କହିଛନ୍ତି ।

.  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଅତ୍ୟଧିକ ପ୍ରେମ କରନ୍ତି ଓ ସର୍ବଦା ନିଜ ସ୍ୱାମୀଙ୍କ ଯତ୍ନ ନିଅନ୍ତି । ସେପରି ସ୍ତ୍ରୀଙ୍କ ହାତ କେବେ ବି ଛାଡ଼ିବା କଥା ନୁହେଁ । ଏପରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ହେଲେ ବି ସୁଧାରିନେବା କଥା । କାରଣ ଏପରି ସ୍ତ୍ରୀ ସ୍ୱାମୀର ଭଲ ଓ ଖରାପ ଦିନରେ ସଙ୍ଗ କେବେ ଛାଡ଼ି ନଥାଏ ।

. ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀଙ୍କ ର କାହା ସହ ପ୍ରେମ ସମ୍ପର୍କ ରହିନଥାଏ । ସେପରି ସ୍ତ୍ରୀଙ୍କୁ ବିବାହ କରିବା ଉଚିତ୍‌ । ଯଦି ସ୍ତ୍ରୀଙ୍କ ଉପରେ ଚାପ ପକାଇ ବିବାହ କରାଯାଏ, ସେମାନଙ୍କ ସହ ହୃଦୟ ଯୋଡ଼ି ହୋଇ ନଥାଏ କେବଳ ସମ୍ପର୍କ ରହିଥାଏ । ସେଥିପାଇଁ ସ୍ତ୍ରୀଙ୍କ ମନର କଥା ଜାଣିବା ନିହାତି ଜରୁରୀ ।

. ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀଙ୍କୁ ବିବାହ କରିବା ଉଚିତ୍‌ । ଯିଏ କି ଆପଣଙ୍କ ମନର ସୁନ୍ଦରତାକୁ ମହତ୍ତ୍ୱ ଦେଉଥିବ । ବାହ୍ୟ ସୌନ୍ଦର୍ଯ୍ୟ ଗୋଟିଏ ସମୟରେ ନଷ୍ଟ ହୋଇଯିବ । ହେଲେ ସ୍ୱଭାବ ସାରା ଜୀବନ ଏକାଭଳି ରହିଥାଏ । ସ୍ୱଭାବକୁ ମହତ୍ତ୍ୱ ଦେଉଥିବା ସ୍ତ୍ରୀ ସାରା ଜୀବନ ସଙ୍ଗ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.