Below header

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ କନ୍ଧମାଳ ଗସ୍ତର ତୃତୀୟ ଦିନ:ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସଓ ଓପନ ଜିମର ଶୁଭ ଉଦଘାଟନ କଲେ

କେନ୍ୟୁଜ୍(ବ୍ୟୁରୋ): ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ କନ୍ଧମାଳ ଗସ୍ତର ତୃତୀୟ ଦିନ। ତୃତୀୟ ଦିନରେ ବାଲିଗୁଡାରେ ସାଂସଦ ଡ. ସାମନ୍ତ ପହଞ୍ଚିବା ପରେ ବିଜେଡି କାର୍ଯ୍ୟାଳୟ ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାଲିଗୁଡା ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଏଥିରେ ବାଲିଗୁଡା ବ୍ଲକର ଯୁବ, ଛାତ୍ର, ମହିଳା ସମେତ ୧୪ଟି ପଞ୍ଚାୟତର ବିଜେଡି କର୍ମୀ ଉପସ୍ଥିତ ଥିଲେ। କନ୍ଧମାଳର ସର୍ବାଙ୍ଗୀନ ଉନ୍ନତି ନେଇ ସଂସଦରେ ବାରମ୍ବାର ଦାବି ଉପସ୍ଥାପନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ କୃତଜ୍ଞତା ଜଣାଇଛନ୍ତି ବିଜେଡି କର୍ମୀ। ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତି ସୁଦୃଢ ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିିିଥିଲେ କନ୍ଧମାଳ ସାଂସଦ। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ପରେ ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ନିର୍ମିତ ଓପନ ଜିମ୍‌ ଓ ବାଲିଗୁଡା ଏନଏସି ନିକଟରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସର ଶୁଭ ଉଦଘାଟନ କରିଥିଲେ । ଏହା ସହ ତ୍ରିବେଦୀ ପାର୍କ ନିକଟରେ ପାନୀୟ ଜଳ ପ୍ରକଳ୍ପ, ଏଲଇଡି ଭିଡିଓ ୱାଲର ଶୁଭ ଉଦଘାଟନ କରି ଓପନ ଜିମ ଓ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏହାସହ ଏନଏସିର ୧୦ ନମ୍ବର ୱାର୍ଡର ଭେଣ୍ଡିଂ ଜୋନର ଶୁଭ ଉଦଘାଟନ କରିଛନ୍ତି ।

ପରେ ବାଲିଗୁଡା ଟାଉନ ହଲ ନିକଟରେ ଓପନ ଜିମ ଓ ଓପନ ସ୍ପେସର ଉନ୍ନତିକରଣର ଶୁଭ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ। ବାଲିଗୁଡା ବାଇପାସ ରାସ୍ତାର ଉଜ୍ଜଳୀକରଣ ଓ ଜରାନିବାସ ପାଇଁ ହୋଇଥିବା ରାସ୍ତାର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡା ସହରର ସାମୂହିକ ବିକାଶ ସହ ଉନ୍ନୟନମୂଳକ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.