Below header

ଦେଖନ୍ତୁ Video: ବିଶ୍ୱର ସବୁଠୁ ରାଗୁଆ ଲଙ୍କା ଖାଇ କାନାଡୀୟ ଯୁବକ ବନାଇଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଗୋଟିଏ ଖାଇଲେ ହୋଇପାରେ ମୃତ୍ୟୁ !

ଆପଣ କେବେ ରିପର ନାଲି ଲଙ୍କା ବିଷୟରେ ଶୁଣିଛନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଲଙ୍କା ତୁଳନାରେ ରିପର ନାଲି ଲଙ୍କା ୧୫୦୦ ଗୁଣା ଅଧିକ ରାଗ ହୋଇଥାଏ। ନିକଟରେ ଜଣେ କାନାଡୀୟ ଯୁବକ ୯.୭୨ ସେକେଣ୍ଡରେ ୩ଟି ରିପର୍‌ ନାଲି ଲଙ୍କା ଖାଇ ନିଜେ ବନାଇଥିବା ୩ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ମାଇକ୍‌ ଜ୍ୟାକ।

କହି ରଖୁଛୁ, ଯଦି କୌଣସି ବ୍ୟକ୍ତି ରିପର ନାଲି ଲଙ୍କାକୁ ଥରେ ଖାଇ ଦିଅନ୍ତି, ତ ତାଙ୍କ ଗଳା ଶୁଖିଯିବାର ସମ୍ଭାବନା ଥାଏ। ବାନ୍ତି ହୋଇଥାଏ। ବେକ ଏବଂ ମୁଣ୍ଡରେ ଭୟଙ୍କର ଯନ୍ତ୍ରଣା ଆରମ୍ଭ ହୋଇଯାଇଥାଏ। ଏମିତି ସମସ୍ୟା କେବଳ ଗୋଟିଏ ଦିନ ନୁହେଁ, ବରଂ ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ରିପର ନାଲି ଲଙ୍କା ଖାଇବା ଦ୍ୱାରା ମସ୍ତିଷ୍କର ଶିରା ପ୍ରଶିରା ସଙ୍କୁଚିତ ହୋଇଯିବାର ଆଶଙ୍କା ରହିଥାଏ। କୌଣସି ବି ପ୍ରକାରେ ଏହାର ଚିକିତ୍ସା ସମ୍ଭବ ହୋଇପାରି ନ ଥାଏ। ଏତଦ୍‌ ବ୍ୟତୀତ ମୁହଁରେ ଜ୍ୱଳନ, ଆଖିରେ ଲଗାତାର ପାଣି ଆସିବା, ଛାତିରେ ଜ୍ୱଳନ, ପେଟରେ ଗଭୀର ଯନ୍ତ୍ରଣା ସହିତ ଭୀଷଣ ଜ୍ୱର ଆସିବା ମଧ୍ୟ ଦେଖାଦେଇଥାଏ।

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜ ଫେସ୍‌ବୁକ ପେଜ୍‌ରେ ମାଇକ୍‌ ଜ୍ୟାକ୍‌ ରିପର ନାଲି ଲଙ୍କା ଖାଉଥିବାର ଭିଡିଓ ଶେୟାର କରିଛି। ମାଇକ୍‌ଙ୍କ ନାଁରେ ଏହି ଓ୍ଵାର୍ଲ୍ଡ ରେକର୍ଡ ଗତବର୍ଷ ନଭେମ୍ବର ୨୧ରେ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି। ଗିନିଜ୍‌ର କହିବା ହେଲା, ରିପର ନାଲି ଲଙ୍କା ୧.୫ ମିଲିୟନ ସ୍କୋଭିଲ୍‌ ହିଟ୍‌ ୟୁନିଟସ୍‌(SHU) ଉତ୍ପନ୍ନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.