ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ: ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ବିବାଦ ମାମଲାରେ କୋର୍ଟରୁ ଡିକ୍ରି ପାଇଥିଲେ । ଏହାପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ସଂପୃକ୍ତ ଜମିରେ ଗୃହ ନିର୍ମାଣ କରୁଛନ୍ତି ।

ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଆଜି ଏସପିଙ୍କ ଅଫିସ ଆଗରେ ଦେହରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ପୋଲିସ ସେମାନଙ୍କୁ ଅଟକାଇବା ସହ ଅଧିକ ପଚରାଉଚାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.