ପାଣି ଉପରେ ଡଙ୍ଗାରେ ଛିଡା ହୋଇ ବିବାହ ପାଇଁ ପ୍ରପୋଜ୍ କରୁଥିଲେ ବ୍ୟକ୍ତି, ହଁ ମାରିବା ପୂର୍ବରୁ ଘଟିଗଲା ଦୁର୍ଘଟଣା ! ଦେଖନ୍ତୁ ଭିଡିଓ

ପ୍ରେମ ମଣିଷକୁ କଣ କଣ କରାଇଦିଏ ତାହାର ନମୂନା ଆଜି ଆମେ ଆପଣଙ୍କୁ ଦେଖାଇବୁ। ପ୍ରେମରେ ମଣିଷଙ୍କୁ ଖୁସିରେ ରହୁଥିବା ଦେଖିଥିବେ, ନାଚୁଥିବା, ଗାଉଥିବା ଦେଖିଥିବେ କିନ୍ତୁ ମଣିଷକୁ ପ୍ରେମରେ ପାଣିରେ ବୁଡିଯିବାର ଦେଖିନଥିବେ। ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି ପ୍ରପୋଜ କରିବାକୁ ଏକ ଅଜବ ଆଇଡିଆ ବାହାର କରିଛନ୍ତି।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବା ପାଇଁ ବୋଟର ଆୟୋଜନ କରିଛନ୍ତି। କିନ୍ତୁ ଠିକ୍ ଏହି ସମୟରେ ଅଚାନକ ପାଣିରେ ପଡିଯାଉଛନ୍ତି। ସେ ଏକା ନୁହେଁ ତାଙ୍କ ପ୍ରେମିକା ମଧ୍ୟ ତଳେ ପଡିଯାଉଛନ୍ତି। ସବୁକିଛି ଏତେ ଜଲଦି ଜଲଦିରେ ହେଉଛି ଯେ କେହି କିଛି ବୁଝି ପାରୁନାହାଁନ୍ତି ଯେ ହେଲା କଣ ବୋଲି।
ବ୍ୟକ୍ତି ଗୋଟେ ବୋଟରେ ଅଛନ୍ତି ତାଙ୍କ ପ୍ରେମିକା ଆଉ ଗୋଟେ ବୋଟରେ ଛିଡା ହୋଇଛନ୍ତି। ବ୍ୟକ୍ତି ତାଙ୍କ ପାଖକୁ ଯାଇ ମୁଦି ପିନ୍ଧାଉଛନ୍ତି ଆଉ ଦୁହେଁ ଆଲିଙ୍ଗନ କରିବାକୁ ଆସିବା କ୍ଷଣି ହିଁ ଏହି ଅଘଟଣ ଘଟିଯାଉଛି। ତେବେ କୁହାଯାଉଛି ଯେ ପ୍ରେମିକା ଜଣଙ୍କ ହଁ ମାରିଦେଇଛନ୍ତି। ଏହି ଭିଡିଓକୁ ଥିଓ ନାମକ ଜଣେ ଟ୍ଵିଟର ୟୁଜର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।
The proposal 💍 pic.twitter.com/L4oS5VNP8p
— Theo Shantonas (@TheoShantonas) September 27, 2020