Below header

ଏମିତି ଧରିଥିଲା ଚୋରି ରୋଗ, ସୋରୁମ ଯାଇ ଗିଳି ଦେଲେ ହୀରାର ହାର

ଟଙ୍କା ଏମିତି ଏକ ଶବ୍ଦ ଯାହାକୁ ଶୁଣିବା ଏବଂ ପାଇବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ। ଟଙ୍କାକୁ ନେଇ ମଣିଷର ଭୋକ ଏତେ ବଢ଼ିଯାଇଛି ଯେ ଏଥିପାଇଁ ମଣିଷ କିଛି ବି କରିପାରେ। ଟଙ୍କାକୁ ନେଇ ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେବ। ଜଣେ ବ୍ୟକ୍ତିଙ୍କର ଟଙ୍କାର ଭୋକ ଏତେ ବଢ଼ିଗଲା ଯେ ସେ ହୀରାର ହାର ଖାଇଗଲେ ଏବଂ ଏପରି କରିବା ପରେ ମଧ୍ୟ ବ୍ୟକ୍ତିଙ୍କର କିଛି ହୋଇନାହିଁ। ସେ ଭଲ ଅଛନ୍ତି ।

ଦିଲ୍ଲୀ ନୋଏଡାର ଏକ ମଲରେ ଜଣେ ବ୍ୟକ୍ତି ଗହଣା ସୋରୁମରେ ହୀରାର ହାର ଗିଳି ଦେଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ସୋରୁମରେ କାମ କରୁଥିବା କର୍ମଚାରୀଙ୍କୁ ହାର ଚୋରି ହେବା କଥା ସେତେବେଳେ ଜଣା ପଡିଲା ଯେତେବେଳେ ସେହି ବ୍ୟକ୍ତି ସେତେବେଳେ ସେଠାରୁ ଚାଲିଗଲେ।

ଏହାସହ ପଢ଼ନ୍ତୁ : ମଣିଷ ଠାରୁ ବି ସଚେତନ ମାଙ୍କଡ, ଏମିତି କିଛି କଲା ଯାହାର ଭିଡିଓ ଏବେ ହେଉଛି ଭାଇରାଲ୍‌

ସୂଚନା ଅନୁଯାୟୀ ଏହି ଘଟଣା ନୋଏଡାର ଟିଜିଆଇପି ମଲର ଅଟେ। ସେଠାରେ ଜଣେ ବ୍ୟକ୍ତି କଥିତ ଭାବରେ ହୀରାର ଏକ ନେକଲେସକୁ ଗିଳି ଦେଲେ। ସେହି ହାରର ଦାମ ଦେଢ଼ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ନେକଲେସକୁ ଖାଇଯିବା ପରେ ଯେତେବେଳେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲା ସେତେବେଳେ ପୂରା ଘଟଣା ଜଣାପଡିଲା। ଏହି ମାମଲାର ଏବେ ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.