ଯାଜପୁର: ମହିଳାଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭର ଗିରଫ, ଉଦ୍ଧାର ହେଲା ଲୁଟ ସାମଗ୍ରୀ

ମହିଳାଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭର ଗିରଫ । ଯାଜପୁର ଧର୍ମଶାଳା ଥାନା ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା। ଅଧାବାଟରେ ମହିଳା ଜଣକ ବାହାରକୁ ଯାଇଥିବାବେଳେ ଡ୍ରାଇଭର ମହିଳାଙ୍କ ବ୍ୟାଗ ଧରି ଫେରାର ହୋଇଯାଇଥିଲା । ଲୁଟ ହୋଇଥିବା ମହିଳାଙ୍କ ୫ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଉଦ୍ଧାର କରିଥିଲା ପୋଲିସ । ତେବେ ମହିଳାଙ୍କ ମୋବାଇଲ ଫୋନକୁ ଡ୍ରାଇଭର କେଉଁଠି ଫିଙ୍ଗି ଦେଇଥିବାରୁ ତାହା ମିଳି ପାରିନାହିଁ । ଲୁଟ ସାମଗ୍ରୀକୁ ପୋଲିସ ଆଜି ମହିଳାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.