Below header

ରେଳବାଇ ଦେଲା ଯାତ୍ରୀଙ୍କୁ ଖୁସି କଲାଭଳି ଖବର, ଜାଣନ୍ତୁ କଣ..

ଭାରତୀୟ ରେଳ ବିଭାଗ ଅତିଶୀଘ୍ର ନିଜର ଯାତ୍ରୀମାନଙ୍କ ପାଇଁ ମାଗଣାରେ ଭିଡିଓ ଷ୍ଟ୍ରିମିଙ୍ଗ ସୁବିଧା ଆଣିବାକୁ ଯାଉଛି । ଏହି ଯୋଜନା ଦ୍ୱାରା ଯାତ୍ରୀ ମାନଙ୍କୁ ରେଳଷ୍ଟେସନ ଏବଂ ରେଳଯାତ୍ରା ସମୟରେ ହାଇ କ୍ୱାଲିଟି ଫିଲ୍ମ, ସମାଚାର, ଟିବି ସିରିୟଲ ଦେଖିବାର ସୁଯୋଗ ପାଇବେ । ଏଥିପାଇଁ ଯାତ୍ରୀମାନଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ ଏବଂ ଯାତ୍ରୀମାନେ ଚଳନ୍ତା ଟ୍ରେନରେ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ।

vedio streaming

ରେଳବାଇର ଏହି ନୂଆ ଯୋଜନା ବିଷୟରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଥିଲେ । ଗୋଏଲ ନିଜ ଟ୍ୱିଟରେ କହିଥିଲେ କି ରେଳ ବିଭାଗ ପକ୍ଷରୁ ଏହି ନୂଆ ଯୋଜନ ଯାତ୍ରୀ ମାନଙ୍କୁ ବହୁତ ପସନ୍ଦ ଆସିବ ଏବଂ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନେ ଅତିଶୀଘ୍ର ନିଜ ମୋବାଇଲରେ ହାଇ କ୍ଵାଲିଟୀରେ ଟିଭି, ସିରିଏଲ, ଏବଂ ଫିଲ୍ମ ର ମଜା ନେଇ ପାରିବେ ।

ଭାରତୀୟ ରେଳ ବିଭାଗ ଏହି ସୁବିଧା ନିମନ୍ତେ ରେଲଟଲ ସହିତ ବୁଝାମଣା କରିଛି । ପୂର୍ବରୁ ରେଲଟଲ କେବଳ ଯାତ୍ରୀ ମାନଙ୍କୁ ରେଳ ଷ୍ଟେସନରେ ମାଗଣା ୱାଇଫାଇ ସେବା ଯୋଗାଇ ଦେଉଥିଲା । ବର୍ତ୍ତମାନ ଏହି ସେବା ଦ୍ୱାରା ଯାତ୍ରୀ ମାନଙ୍କୁ ହିନ୍ଦୀ ସମେତ ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ର ,ଟିଭି ସିରିୟଲ ଏବଂ ମ୍ୟୁଜିକ ଭିଡିଓ ମଧ୍ୟ ଉପଲବ୍ଧ କରାଯିବ ।

ଏହାସହ ପଢନ୍ତୁ BSNL ଗ୍ରାହକମାନଙ୍କ ପାଇଁ ବଡ଼ ଖବର, କମ୍ପାନୀ ବନ୍ଦକଲା ଅନଲିମିଟେଡ଼ କଲିଂ

ସୂଚନା ଅନୁଯାୟୀ ବଫର ଫ୍ରି ସର୍ଭିସ ଦେବା ପାଇଁ ଟ୍ରେନରେ ପୃଥକ ଭାବେ ସର୍ଭର ଲଗାଯିବ କିନ୍ତୁ ଭିଡିଓ କଣ୍ଟେଣ୍ଟ ପାଇଁ କେଉଁ କମ୍ପାନୀ ବା ଭିଡିଓ ଷ୍ଟ୍ରିମିଙ୍ଗ ଆପ ସହିତ ବୁଝାମଣା କରିଛି ତାହା ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.