ହେୟାର ଡ୍ରାୟର ବଦଳରେ ପ୍ରେସର କୁକରରେ ଚୁଟି ଶୁଖାଇଲେ ଯୁବକ, ଭିଡିଓ ଦେଖିଲେ ଚକର କାଟିବ ମୁଣ୍ଡ

ଇଣ୍ଟରନେଟ ଦୁନିଆରେ ଗୋଟିଏରୁ ବଳି ମଜାଦାର ଭିଡିଓ ଭର୍ତ୍ତି ହୋଇ ରହିଛି। କିନ୍ତୁ କେବେ କେବେ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ଦେଖିବାକୁ ମିଳିଯାଏ ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ଚକର କାଟିବ। ଏବେ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ଭାବିବା ପାଇଁ ବାଧ୍ୟ ହେବେ ଯେ ଲୋକମାନେ ଏମିତି ବୁଦ୍ଧି ଆଣୁଛନ୍ତି କେଉଁଠୁ?

ହେୟାର ଡ୍ରାୟରର ଏକ ଦେଶି ଯୁଗାଡ ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଗାଧୋଇ ପାଧୋଇ ନିଜ ଚୁଟି ସୁଖାଇବା ପାଇଁ ବଢ଼ିଆ ଜୁଗାଡ କରିଛନ୍ତି। ପ୍ରେସର କୁକର ବାମ୍ଫକୁ ସେ ଚୁଟି ସୁଖାଉଛନ୍ତି। ଆଉ ସେ ପ୍ରେସର କୁକର ବାମ୍ଫରେ ଏମିତି ଷ୍ଟାଇଲରେ ଚୁଟି ଶୁଖାଉଛନ୍ତି ଯେ ଯେମିତି ପ୍ରେସର କୁକର ନୁହେଁ ହେୟାର ଡ୍ରାୟର ଧରି ଚୁଟି ଶୁଖାଉଛନ୍ତି।
ଲୋକେ ଏ ବ୍ୟକ୍ତିଙ୍କ ବୁଦ୍ଧି ଦେଖି ତାଙ୍କୁ ସଲାମ କରୁଛନ୍ତି ଆଉ ଆମ ଭାରତୀୟଙ୍କ ଦେଶୀ ଯୁଗାଡକୁ ଖୁବ୍‌ ପସନ୍ଦ କରୁଛନ୍ତି। ସେଥିପାଇଁ ତ ଏହି ଭିଡିଓ ଇଣ୍ଟରନେଟରେ ପାଣି ଭଳି ଭାଇରାଲ ହେବାରେ ଲାଗିଛି।

ତେବେ କିଛି ଲୋକ ଏହି ଭିଡିଓ ଦେଖି ଯୁବକଙ୍କ ଆଇଡିଆକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ଭଲା ଏମିତି କିଏ କଣ କରେ। ତେବେ ସବୁଠୁ ମଜାଦାର କଥା ହେଉଛି ଏଥିରେ ଯୁବକଙ୍କ ଷ୍ଟାଇଲ। ସେ ଯେଉଁ ଷ୍ଟାଇଲରେ ପ୍ରେସର କୁକରରେ ଚୁଟି ଶୁଖାଉଛନ୍ତି ତାକୁ ହିଁ ଦେଖିବା କଥା।

 

View this post on Instagram

 

A post shared by black_lover__ox (@black_lover__ox)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.