ରୋଲସ ରଏସ୍‌ ଆଣୁଛି ସବୁଠୁ ବେଗରେ ଯାଉଥିବା ବ୍ୟାଟେରୀ ବିମାନ

ବ୍ୟାଟେରୀରେ ଚାଲିବ ଏୟାରକ୍ରାଫ୍ଟ। ଆଗରୁ ଆପଣ ବ୍ୟାଟେରୀ ଦ୍ୱାରା ବାଇକ ତଥା କାର୍ ଚାଲୁଥିବାର ଖବର ତ ଅନେକ ବାର ଶୁଣିଥିବେ ଆଉ ଦେଖିଥିବେ। କିନ୍ତୁ ଏବେ ଲଞ୍ଚ ହୋଇଛି ବ୍ୟାଟେରୀ ଚାଳିତ ଏୟାର କ୍ରାଫ୍ଟ। ସ୍ପିରିଟ ଅଫ ଇନୋଭେସନ୍ ନାମକ ଏୟାରକ୍ରାଫ୍ଟ ସିମନ୍ସ ଏୟାରକ୍ରାଫ୍ଟର ରେକର୍ଡ ଭାଙ୍ଗିଛି। ଟେଷ୍ଟିଂ ସମୟରେ ଘଣ୍ଟା ପ୍ରତି ୫୩୨ କିଲୋମିଟର ଅଧିକ ଯାତ୍ରା କରି ରେକର୍ଡ ବନାଇଛି ଏହି ଏୟାରକ୍ରାଫ୍ଟ।

ଏହା ପୂର୍ବରୁ rolls Royce ଏୟାରକ୍ରାଫ୍ଟ ଦୁନିଆର ସବୁଠୁ ଅଧିକ ବେଗରେ ଯାଉଥିବା ଇଲେକଟ୍ରିକ ବିମାନ ରୂପେ ପରିଚିତ ଥିଲା। ଯାହା ୩ କିମିରୁ ଅଧିକ ବାଟ ଯାଇଛି। ଏହି ସମୟରେ ତାର ଘଣ୍ଟା ପ୍ରତି ବେଗ ଥିଲା ୫୫୬ କିଲୋମିଟର। କିନ୍ତୁ ଏବେ ସ୍ପିରିଟ ଅଫ ଇନୋଭେସନ ନାମକ ଏୟାରକ୍ରାଫ୍ଟ ସିମିନ୍ସ ଏୟାରକ୍ରାଫ୍ଟର ରେକର୍ଡ ଭାଙ୍ଗିଛି। ଟେଷ୍ଟିଂ ବେଳେ ଘଣ୍ଟା ପ୍ରତି ୫୩୨ କିମି ବେଗରେ ୧୫ କିମି ଅଧିକ ବାଟ ଯାଇଛି। ଏହା ସହିତ ମାତ୍ର ୬୦ ସେକେଣ୍ଡ ଅର୍ଥାତ୍‌ ଗୋଟିଏ ମିନିଟ୍‌ରେ ୩ ହଜାର ମିଟର ଉପରକୁ ପହଞ୍ଚି ପାରିଛି। ଆଗରୁ ଏତିକି ବାଟ ଅତିକ୍ରମ କରିବାକୁ ଲାଗୁଥିଲା ୨୦୨ ସେକେଣ୍ଡ ବା ୩ ମିନିଟ୍‌ ୨୨ ସେକେଣ୍ଡ।

ତେବେ ରେକର୍ଡ ଭାଙ୍ଗିଥିବା ଏହି ଉଡାଣର ଟପ୍ ସ୍ପିଡ ଘଣ୍ଟା ପ୍ରତି ୬୨୩ କିମି ରହିଛି। ଏଥିରେ ୪୦୦ କିଲୋ ଓ୍ଵାଟର ବ୍ୟାଟେରୀ ମଧ୍ୟ ଖଞ୍ଜା ଯାଇଛି। ଯାହାକି ୫୦୦ରୁ ଅଧିକ horse power ସୃଷ୍ଟି କରିଥାଏ। ଯାହା ପାଇଁ ଉଡ଼ାଣ ସମୟରେ କୌଣସି ଅସୁବିଧା ହେବ ନାହିଁ। ଏୟାରକ୍ରାଫ୍ଟକୁ ଶକ୍ତିଶାଳୀ କରିବା ପାଇଁ ଏଥିରେ ଅନେକ ଆଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରାଯାଇଛି।

ତେବେ ସ୍ପିରିଟ ଅଫ ଇନୋଭେସନ୍ ଏୟାର କ୍ରାଫ୍ଟ ଏକ୍ସେଲରେଟିଂ ଦି ଇଲେକ୍ଟି୍ଫିକେସନ୍ ଅଫ ଫ୍ଳାଇଟ ପ୍ରୋଜେକ୍ଟର୍‌ର ଏକ ଅଂଶ। ଏହି ପ୍ରୋଜେକ୍ଟରେ ଅଧା ନିବେଶ ଏରୋସ୍ପେସ ଟେକନିକ ଇନଷ୍ଟିଚ୍ୟୁଟ କରିଥିବା ବେଳେ ଏହା ସହିତ ସହଯୋଗ କରିଛନ୍ତି ଡିର୍ପାଟମେଣ୍ଟ ଫର ବିଜନେସ୍ , ଏନର୍ଜି ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଷ୍ଟ୍ରାଟେଜି ଏବଂ ଇନୋଭେଟ ୟୁକେ। କମ୍ପାନିର ଏକମାତ୍ର ଲକ୍ଷ୍ୟ ହେଉଛି ବ୍ୟାଟେରୀ ଦ୍ୱାରା ଚାଳିତ ଏହି ଏୟାରକ୍ରାଫ୍ଟ ଦୁନିଆରେ କେମିତି ଅଧିକ ଲୋକପ୍ରିୟତା ହାସଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.