ମମିତା ହତ୍ୟା ଘଟଣାର ତଦନ୍ତ ତଦାରଖ କରିବେ ଅବସର ପ୍ରାପ୍ତ ଜିଲ୍ଲା ଜଜ

କଟକ(କେ ନ୍ୟୁଜ): ମମିତା ହତ୍ୟା ଘଟଣାର ତଦନ୍ତ ତଦାରଖ କରିବେ ଅବସର ପ୍ରାପ୍ତ ଜିଲ୍ଲା ଜଜ । ଜଷ୍ଟିସ ଏ.ବି .ଏସ ନାଇଡୁଙ୍କୁ ତଦନ୍ତ ତଦାରଖ ଦାୟିତ୍ୱ ଦେଇଛନ୍ତି ହାଇକୋର୍ଟ । ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ନିବେଦନ କରିଥିଲେ ।ଏନେଇ ହାଇକୋର୍ଟଙ୍କ ନିକଟକୁ ଏକ ଚିଠି ବି ଲେଖିଥିଲେ ରାଜ୍ୟ ସରକାର । କହିରଖୁଛୁକି ମହଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସେପଟେ ମମିତା ମେହେର ପ୍ରସଙ୍ଗରେ ଏସଆଇଟି ତଦନ୍ତ ଦାବି କରିଛି କଂଗ୍ରେସ। ଏହାସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଚାଷୀ ସମସ୍ୟା, ବେରୋଜଗାରୀ, ଦରଦାମ ବୃଦ୍ଧି, ଓବିସି ସଂରକ୍ଷଣ, ଆଇନ ଶୃଙ୍ଖଳା, ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅନିୟମିତତା କୁ ନେଇ ଚଳିତ ବିଧାନସଭାରେ ସରକାରଙ୍କୁ ଘେରିବ କଂଗ୍ରେସ । ଗଣତନ୍ତ୍ରକୁ ଆଖି ଆଗରେ ରଖି ବାଚସ୍ପତି  ଜଣେ ବିଜେଡି କର୍ମୀ ଭାବରେ ନରହି ଜଣେ ବାଚସ୍ପତି ଭାବରେ ଯଦି ନିଷ୍ପତି ନିଅନ୍ତି ତେବେ କଂଗ୍ରେସ ଏହାକୁ ସମ୍ପୂର୍ଣ ସହଯୋଗ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.