ବାଲେଶ୍ୱର ବାହାନଗାରେ ଗୋଡ଼ାଇ କାମୁଡୁଛି ଅଜଣା ଜନ୍ତୁ, ଆକ୍ରମଣରେ ୧୨ଜଣ ଆହତ

ସୋର (କେନ୍ୟୁଜ୍‌) : ଅଜଣା ଜନ୍ତୁ ଆକ୍ରମଣରେ ୧୨ ଜଣ ଆହତ । ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ଖରାସାହାପୁର ପଞ୍ଚାୟତରେ । ଆହତମାନଙ୍କୁ ସୋର ଏବଂ ବାଲେଶ୍ୱର ହସପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି।

ଗାଁ ଲୋକଙ୍କ ସୂଚନା ଅନୁସାରେ ଦୁଇ ଦିନ ତଳେ କିଛି ଲୋକ ବିଲକୁ ଧାନ କାଟିବାକୁ ଯାଇ ଫେରିବା ବେଳେ ଏହି ବିଲୁଆ ଭଳି ଦିଶୁଥିବା ଜୀବଟି ସେମାନଙ୍କୁ ଆକ୍ରମଣ କରିଥିଲା । ଏଥିରେ ୧୦ ଜଣ ଲୋକ ଆହତ ହୋଇଥିଲେ । ଆଜି ସେହି ଜନ୍ତୁଟି ପୁଣି ଦୁଇ ଜଣଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି । ଯଦିଓ ଜନ୍ତୁଟି ରାମଶିଆଳ ଭଳି ଦେଖିବାକୁ ତେବେ ଏ ଅଞ୍ଚଳରେ ଆଗରୁ କେବେ ଦେଖା ଯାଇ ନଥିବା ଗାଁ ଲୋକେ କହିଛନ୍ତି । ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଛି । ଜନ୍ତୁଟିକୁ ଠାବ କରିବାକୁ ଉଦ୍ୟମ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.