ନିଜ ରାଶିକୁ ଫେରୁଛନ୍ତି ମଙ୍ଗଳ ଓ ବୁଧ ଗ୍ରହ, ଏହି ରାଶିର ବ୍ୟକ୍ତିତ୍ୱଙ୍କୁ ମିଳିବ ପ୍ରଚୁର ଧନ ଓ ଲାଭ

ମଙ୍ଗଳଗ୍ରହ ୨୭ ଜୁନରୁ ନିଜରାଶି ମେଷରେ ପ୍ରବେଶ କରୁଛନ୍ତି। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁଲାଇ ୨ ତାରଖରୁ ବୁଧ ନିଜ ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ମଙ୍ଗଳ ଗ୍ରହ ସାହସ, ପରାକ୍ରମ, ବିବାହ, ଭାଇ, ଭୂମି, ସଂପତ୍ତି ଇତ୍ୟାଦି ଉପରେ ପ୍ରଭାବ ପକାଇଥାନ୍ତି। ସେହିପରି ବୁଧ ଗ୍ରହ ଉନ୍ନତି, ବ୍ୟାପାର, ଧନ, ଯୁକ୍ତି, ସମ୍ବାଦର କାରକ ହୋଇଥାନ୍ତି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରହ ନିଜ ରାଶିରେ ପ୍ରବେଶ କରିବା ଦ୍ୱାରା ସମସ୍ତ ଲୋକଙ୍କ ଜୀବନ ଉପରେ ବଡ ପ୍ରଭାବ ପଡିଥାଏ। ସେହିପରି ଏହି ଦୁଇଟି ଗ୍ରହ ପରିବର୍ତ୍ତନ କରିବା ଦ୍ୱାରା ୪ଟି ରାଶିର ଜାତକ ଥିବା ଲୋକଙ୍କ ଭାଗ୍ୟୋଦୟ ହେବ। ଯାହା ଅଧିକ ଲାଭ ଦେବ।

କେଉଁ ରାଶିକୁ ମିଳିବ ଲାଭ:

ମେଷ ରାଶି : ମେଷ ରାଶିର ଜାତକଙ୍କ ପାଇଁ ମଙ୍ଗଳ ଗୋଚର ଏବଂ ବୁଧ ଗୋଚର ବହୁତ ଶୁଭ ରହିଥାଏ। ଲାଇଫ ପାଟର୍ନରଙ୍କ ସହଯୋଗରେ ସବୁକାମ ସଂପୂର୍ଣ୍ଣ ହେବ ଏବଂ ଭଲ ସମୟ ମଧ୍ୟ ଅତିବାହିତ ହେବ। କାମରେ ସଫଳତା ମିଳିବ। ଧନ ଲାଭ ହେବ। ଅଟକି ଥିବା ପଇସା ଫେରିପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଦାୟକ ରହିବ।

ବୃଷ ରାଶି: ମଙ୍ଗଳ-ବୁଧ ଗୋଚର ହେଲେ ବୃଷ ରାଶିର ଲୋକଙ୍କ ପାଇଁ ଫାଇଦାଯୁକ୍ତ ହେବ। ଚାକିରିରେ ଉନ୍ନତି, ପ୍ରଶଂସା ମିଳିବ। ଆୟ ବଢିବ। ମନ ଖୁସି ରହିବ। ନିବେଶ କରିବାର ଭଲ ସମୟ ଆପଣଙ୍କ ପାଇଁ।

money
pc: zee news

ମିଥୁନ ରାଶି : ଏହି ସମୟରେ ମିଥୁନ ରାଶିର ଜାତକଧାରୀଙ୍କୁ ଖୁବ୍‌ ଲାଭ ମିଳିବ। ନୂଆ ଚାକିରି ମିଳିପାରେ। କର୍ମକ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇପାରେ। ସନ୍ତାନ ସୁଖ ମିଳିପାରେ। ପରିବାରରେ ସୁଖଶାନ୍ତି ଫେରିଆସିବ। ଲୋକ ଆପଣଙ୍କ ପ୍ରଶଂସା କରିବେ। ଆପଣ ସପିଂ ମଧ୍ୟ କରିପାରନ୍ତି।

ଧନୁ : ଜୀବନରେ ଖୁସି ଫେରିଆସିବ। ଆତ୍ମବିଶ୍ୱାସ ବଢିବ। ଯାହାର ଫାଇଦା କର୍ମକ୍ଷେତ୍ରରେ ମିଳିବ। ଚାକିରି ଏବଂ ବେପାର ଭଲ ରହିବ। ପାରିବାରିକ ସୁଖ ିଳିବ। ନୂଆ ଘର କିମ୍ବା ଗାଡି କିଣିପାରିବେ। କୌଣସି ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଗତିବିଧିରେ ଭାଗ ନେଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.