ଜୁଲାଇରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଦେଖିନିଅନ୍ତୁ ଛୁଟି ତାଲିକା

ଆଉ ମାତ୍ର ୪ ଦିନ ପରେ ଜୁନ୍‌ ମାସ ସରିବାକୁ ଯାଉଛି। ତେଣୁ ଆଗାମୀ ଜୁଲାଇ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି ଆରବିଆଇ। ଜୁଲାଇ ମାସରେ ପାଖାପାଖି ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଜୁଲାଇରେ ରଥଯତ୍ରା, ବକ୍ରି ଇଦ୍‌ ସହିତ ବିଭିନ୍ନ ପ୍ରକାର ପୂଜା ପଡୁଛି। ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରର ସାପ୍ତାହିକ ଛୁଟି ମଧ୍ୟ ସାମିଲ୍ ।

ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଏମିତି ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ରାଜ୍ୟ ହିସାବରେ ହୋଇଥାଏ। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ। ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜରୁରୀ କାମ ସାରିବାକୁ ଅଛି ତେବେ ନିଶ୍ଚୟ ଆପଣ ଛୁଟି ତାଲିକା ଦେଖି ନିଅନ୍ତୁ।

ଛୁଟି ତାଲିକା :

ଜୁଲାଇ ୧: ରଥ ଯାତ୍ରା, ଓଡିଶାର ସମସ୍ତ ବ୍ୟାଙ୍କ ବନ୍ଦ ରହିବ

ଜୁଲାଇ ୩ : ରବିବାର

ଜୁଲାଇ ୫: ମଙ୍ଗଳବାର, ଗୁରୁ ହରଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ଦିବସ( ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କ ବନ୍ଦ)

ଜୁଲାଇ ୭ : ଖର୍ଚ୍ଚି ପୂଜା ( ଅଗରତାଲା)

ଜୁଲାଇ ୯: ଶନିବାର, ମାସର ଦ୍ୱିତୀୟ ଶନିବାର

ଜୁଲାଇ ୧୦: ରବିବାର,

ଜୁଲାଇ ୧୧: ଇଦ ଉଲ ଅଜା (ଜମ୍ମୁ ଏବଂ ଶ୍ରୀନଗର)

ଜୁଲାଇ ୧୩: ଭାନୁ ଜୟନ୍ତୀ ( ଗ୍ୟାଙ୍ଗଟକ)

ଜୁଲାଇ ୧୪: ବେନ ଡିଏନଖଲାମ (ସିଲଂ)

ଜୁଲାଇ ୧୬: ହଲେଲା (ଡେରାଡୁନ)

ଜୁଲାଇ ୧୭: ରବିବାର

ଜୁଲାଇ ୨୩: ଶନିବାର, ମାସର ଚତୁର୍ଥ ଶନିବାର ।

ଜୁଲାଇ ୨୪: ରବିବାର

ଜୁଲାଇ ୩୧: ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.