Below header

ଚଳିତ ସପ୍ତାହରେ ପୃଥିବୀ ଆଡ଼କୁ ମାଡ଼ି ଆସିବ ଏକାଧିକ କ୍ଷୁଦ୍ରଗ୍ରହ, ନଜର ରଖିଛି NASA, ଜାଣନ୍ତୁ କେତେ ରହିଛି ବିପଦ

ଚଳିତ ସପ୍ତାହରେ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ଅନେକ ଆଷ୍ଟରଇଡ ବା କ୍ଷୁଦ୍ରଗ୍ରହ। ଏଥିମଧ୍ୟରୁ କାହାର ପୃଥିବୀ ସହ ଧକ୍କା ହେବାରେ କୌଣସି କ୍ଷତି ପହଞ୍ଚିବାର ଆଶଙ୍କା ନାହିଁ। ତଥାପି ଏମାନେ ବହୁତ ଶକ୍ତିଶାଳୀ। ତେଣୁ ଆମେରିକାର ସ୍ପେସ ଏଜେନ୍ସି NASA ଏମାନଙ୍କ ଉପରେ ନଜର ରଖିଛି। ତେବେ ଏହି ଆଷ୍ଟରଇଡମାନଙ୍କ ମଧ୍ୟରୁ ଗୋଟିଏର ପୃଥିବୀଠାରୁ ଦୂରତା ଜହ୍ନଠାରୁ ବି କମ। ସେହିପରି ଆଉ ଗୋଟିଏର ଆକାର ମିଶରର ପିରାମିଡଠାରୁ ବି ଅଧିକ ବଡ଼।

3

ହାଇ-ସୁପରସୋନିକଠାରୁ ମଧ୍ୟ ଅଧିକ ସ୍ପୀଡ

ଆଷ୍ଟରଇଡ ୪୬୫୮୨୪(୨୦୧୦ FR) ପୃଥିବୀ ଆଡ଼କୁ ପ୍ରତି ଘଣ୍ଟା(୧୪ କିମି ପ୍ରତି ସେକେଣ୍ଡ)ରେ ୫୦,୫୩୦ କିମି ବେଗରେ ମାଡି ଆସୁଛି। ଏହା ସେପ୍ଟେମ୍ବର ୬ ତାରିଖ ପାଖାପାଖି ଅତିକ୍ରମ କରିବ। ଏହାର ବେଗ ହାଇ-ସୁପରସୋନିକ ଗତି ଠାରୁ ବି ଅଧିକ। ପୃଥିବୀ କକ୍ଷ ଦେଇ ଅତିକ୍ରମ କରୁଥିବା କାରଣରୁ ଏହାକୁ Apollo ଶ୍ରେଣୀ ଆଷ୍ଟରଇଡ ଘୋଷିତ କରାଯାଇଛି। ଏଥିରେ କୌଣସି ବିପଦ ନାହିଁ, କିନ୍ତୁ ସୋଲାର ସିଷ୍ଟମର ଗ୍ରହ ଏବଂ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣର ପ୍ରଭାବ ଆଷ୍ଟରଇଡ ଉପରେ ପଡିପାରେ। ଏଥିପାଇଁ ଏହାକୁ ଷ୍ଟଡି କରାଯାଉଛି।

5

ଅକ୍ଟୋବରରେ ଆସିବ ପାଖାପାଖି ୧୦ ଆଷ୍ଟରଇଡ

ସେପ୍ଟେମ୍ବର ଓ ଅକ୍ଟୋବର ମଝିରେ ଅନେକ ଆଷ୍ଟରଇଡ ପୃଥିବୀ ଆଡ଼କୁ ମାଡ଼ିଆସିବେ। ସେଥିମଧ୍ୟରୁ ଗୋଟିଏ ୨୦୧୧ ES୪ ମଙ୍ଗଳବାର ପୃଥିବୀ ନିକଟ ଦେଇ ଅତିକ୍ରମ କରିଛି। କିନ୍ତୁ ଏହା ବିପଦଜନକ ନ ଥିଲା। ଏହା ୯ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ। ଏଥିପାଇଁ ବୈଜ୍ଞାନିକମାନେ ଏହାକୁ ଅନୁଧ୍ୟାନ କରିବା ପାଇଁ ଏହି ମୌକାକୁ ଅପେକ୍ଷା କରି ରହିଥାନ୍ତି। ସେହିପରି ବୁଧବାର ୨୦୨୦ PG୬ ନାମକ ଆଷ୍ଟରଇଡ ଆସିଥିଲା। ଏହିପରି ଅକ୍ଟୋବରରେ ପାଖାପାଖି ୧୦ ଆଷ୍ଟରଇଡ ଆସିବ।

2

ଆମେରିକା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆସିବ ଆଷ୍ଟରଇଡ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨ ନଭେମ୍ବରରେ ଆଷ୍ଟରଇଡ ୨୦୧୮ VP୧ ପୃଥିବୀ ସହ ଧକ୍କା ହେବା ନେଇ କିଛି ଦିନ ପୂର୍ବେ ଆଶଙ୍କା କରାଯାଇଥିଲା। ତେବେ ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ୦.୪୧%। ଏହାଦ୍ୱାରା କୌଣସି ବିପଦର ସମ୍ଭାବନା ନାହିଁ। କାର ଆକାରର ଏହି ଆଷ୍ଟରଇଡ ଏତେ ଛୋଟ ଯେ ବାୟୁମଣ୍ଡଳରେ ପ୍ରବେଶ କରୁ କରୁ ଖଣ୍ଡ ବିଖଣ୍ଡିତ ହୋଇ ଜଳିଯିବ ଏବଂ ଧୂଳି ହୋଇ ପୃଥିବୀ ଉପରେ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.