Below header

ଏ ଥିଲେ ଦୁନିଆର ସବୁଠାରୁ ଅଦ୍ଭୁତ ମହିଳା, ଯାହାଙ୍କୁ ହସାଇବା ପାଇଁ କେହି ବି ହୋଇପାରି ନ ଥିଲେ ସଫଳ, ଜାଣନ୍ତୁ କ’ଣ ଥିଲା କାରଣ

ଦୁନିଆରେ ଏମିତି କୌଣସି ମଣିଷ ନ ଥିବ, ଯିଏ କେବେ ହସି ନ ଥିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯିଏ କି ନା କେବେ ବଡ଼ ପାଟିରେ ହସିଛନ୍ତି ନା କେବେ ସ୍ମାଇଲ କରିଛନ୍ତି। ଘଟଣାଟି ଆମେରିକାର। ଏଠାରେ ୧୮୮୦ରୁ ୧୯୩୦ ମସିହା ସମୟରେ ‘ଭଡଭିଲେ’ ଥିଲା ଆମେରିକୀୟ ମନୋରଞ୍ଜନର ସବୁଠାରୁ ଲୋକପ୍ରିୟ ମଞ୍ଚ। ଏହି ସ୍ଥାନରେ ଅନେକ ହାସ୍ୟରସାତ୍ମକ କ୍ଷୁଦ୍ର ନାଟକ ପରିବେଷଣ ହେଉଥିଲା।

ସେହି ସମୟରେ ଦେଶର ପ୍ରତ୍ୟେକ ବଡ଼ ସହରରେ ନିଜସ୍ୱ ‘ଭଡଭିଲେ’ ଥିଏଟର ଥିଲା। ୧୯ଶ ଶତାବ୍ଦୀ ଶେଷ ଆଡ଼କୁ ମୋଗଲ ଓସ୍କର ହେମରଷ୍ଟିନ ପ୍ରଥମ ନ୍ୟୁୟର୍କରେ ଭିକ୍ଟୋରିଆ ଥିଏଟର ଖୋଲିଥିଲେ। ପରେ ଏହା ଉପରେ ପାରାଡ଼ାଇଜ ରୁଫ ଗାର୍ଡେନ ତିଆରି କରାଯାଇଥିଲା ଏବଂ ଦୁଇଟି ଯାକ ସ୍ଥାନ ସାମୂହିକ ରୂପରେ ହେମରଷ୍ଟିନ ନାଁରେ ଜଣାଯାଇଥିଲା।

33

୧୯୦୭ରେ ସୋବର ସୁ ନାଁରେ ଜଣେ କଳାକାର ରୁଫ ଗାର୍ଡେନ ମଞ୍ଚରେ ଦେଖାଯାଇଥିଲେ। କିନ୍ତୁ ସେ କଦାପି ହସୁ ନ ଥିଲେ। ତେଣୁ ଥିଏଟର ନିର୍ମାତାମାନେ ସୋବର ସୁଙ୍କୁ ହସାଇବା ପାଇଁ ୧୦୦୦ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ପ୍ରଥମେ ଦର୍ଶକଙ୍କ ମଧ୍ୟରୁ କିଛି ଲୋକ ମଞ୍ଚ ଉପରକୁ ଆସିଥିଲେ। ସେମାନେ ମଜାଳିଆ କଥା କହିଥିଲେ, ଚୁଟକୁଲା ଶୁଣାଇଥିଲେ, ଫନି ଚେହେରା କରିଥିଲେ, କିନ୍ତୁ କେହି ବି ତାଙ୍କୁ ତିଳେ ମାତ୍ର ହସାଇପାରି ନ ଥିଲେ।

ସୋବର ସୁଙ୍କ ଚେହେରା ବହୁତ ଗମ୍ଭୀର ଥିଲା। ପରେ ଦକ୍ଷ ଓ ବରିଷ୍ଠ ହାସ୍ୟ ଅଭିନେତାମାନେ ଚ୍ୟାଲେଞ୍ଜ ଗ୍ରହଣ କରିବା ଆରମ୍ଭ କରିଦେଇଥିଲେ। ତଥାପି କେହି ସଫଳ ହୋଇପାରି ନ ଥିଲେ। ଫଳ ଏହା ହୋଇଥିଲା ଯେ ସୋବର ସୁ ଲୋକପ୍ରିୟ ହୋଇଗଲେ। ଆଉ ସର୍ବଶ୍ରେଷ୍ଠ ହାସ୍ୟ କଳାକାରମାନେ ଦର୍ଶକମାନଙ୍କୁ ଏହିଭଳି ଢଙ୍ଗରେ ମନୋରଞ୍ଜନ କରିବାକୁ ଲାଗିଲେ। ତେବେ ସୋବର ସୁଙ୍କ ଭାବହୀନ ଚେହେରାକୁ ନେଇ ବିଭିନ୍ନ କଥା ବାହାର କରାଯାଇଥିଲା। କିଛି ଲୋକ କହିଥିଲେ, ସେ ଆଂଶିକ ରୂପେ ଅନ୍ଧ ଏବଂ ମୂକ। କିନ୍ତୁ ୧୯୦୭ରେ ହିଁ ପ୍ରକୃତ ସତ ଜଣାପଡିଥିଲା। ତାହା ହେଲା, ସୋବର ସୁଙ୍କ ପାଇଁ ହସିବା ଅସମ୍ଭବ ଥିଲା। କାରଣ ତାଙ୍କ ଚେହେରାର ମାଂସପେଶୀ ପାରାଲିସିସ ହୋଇଯାଇଥିଲା।

22

ପରେ ପରେ ଜଣାପଡିଥିଲା କି, ଭଡଭିଲେ ଘୋଟଲା ବିଲି ହେମରଷ୍ଟିନ କରିଥିଲେ, ଯିଏ ପାରାଡ଼ାଇଜ ରୁଫ ଗାର୍ଡେନ ପରିଚାଳନା କରୁଥିଲେ। ବିଲି ହେମରଷ୍ଟିନ ସୋବର ସୁଙ୍କୁ ପ୍ରତି ସପ୍ତାହରେ ୨୦ ଡଲାର ଦେଉଥିଲେ, ଯାହାକି ସେତେବେଳ ସମୟରେ କମ ନ ଥିଲା। ସତ ସାମ୍ନାକୁ ଆସିବା ପରେ ବିଲିଙ୍କୁ ନିନ୍ଦା କରାଯାଇଥିଲା ଏବଂ ହାସ୍ୟ ଅଭିନେତାମାନେ କେବେ ବି ତାଙ୍କୁ କ୍ଷମା ଦେଇ ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.