ଆପଣଙ୍କ ଜାତକରେ ମଙ୍ଗଳ ଦୋଷ କିମ୍ବା ରାହୁ-କେତୁ ଦୁର୍ବଳ ଅଛନ୍ତି କି…ତ ନିଶ୍ଚୟ କରନ୍ତୁ ‘କଳା’ର ପ୍ରତିକାର

ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଖିରେ କାଜଲ ବା କଳା ଲଗାଇ ଥାଆନ୍ତି। ସେହିପରି ଛୋଟ ପିଲାମାନଙ୍କୁ ମଧ୍ୟ ନଜର ଦୋଷରୁ ରକ୍ଷା କରିବା ଏବଂ ଆଖି ସମ୍ବନ୍ଧୀୟ ରୋଗରୁ ଦୂରେଇ ରଖିବା ପାଇଁ କଳା ଲଗାଯାଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ମୁତାବକ, କଳାର ପ୍ରତିକାର ଆପଣଙ୍କୁ ଶନି, ରାହୁ, କେତୁ ପରି ଗ୍ରହର ଖରାପ ପ୍ରଭାବରୁ ରକ୍ଷା କରିପାରିବ। ଏଥି ସହିତ ମଙ୍ଗଳ ଗ୍ରହକୁ ମଜଭୁତ ମଧ୍ୟ କରି ପାରିବ। ବିଶ୍ୱାସ ରହିଛି ଯେ ବ୍ୟକ୍ତିର ଜାତକରେ ମଙ୍ଗଳ ଗ୍ରହ ମଜଭୁତ ରହିବା ଦ୍ୱାରା ଜୀବନରେ ଆସୁଥିବା ବାଧା ଦୂର ହୋଇଯାଏ ଏବଂ ଜୀବନରେ ସବୁ କିଛି ମଙ୍ଗଳ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଲ କିତାବ ଅନୁସାରେ, କଳାର କେଉଁ ପ୍ରତିକାର କରିବା ଦ୍ୱାରା ଜୀବନରେ ନକାରାତ୍ମକତା ଦୂର ହୋଇ ସୁଖ, ସମୃଦ୍ଧି ଆସିଥାଏ।

ଜାତକରେ ମଙ୍ଗଳ ଦୋଷ ଥିଲେ: ଯେଉଁ ଲୋକଙ୍କ ଜାତକରେ ମଙ୍ଗଳ ଦୋଷ ରହିଛି, ସେମାନଙ୍କ ପାଇଁ ମଙ୍ଗଳ ଗ୍ରହର ସ୍ଥିତିକୁ ଭଲ କରିବା ନିମନ୍ତେ ଏହି ଉପାୟ ଲାଭଦାୟକ ହୋଇପାରେ। ଏଥିପାଇଁ ବ୍ୟକ୍ତିଙ୍କୁ ଅତି କମରେ ୪୩ ଦିନ ପର୍ଯ୍ୟନ୍ତ ଆଖିରେ ଧଳା ସୁର୍ମା ଲଗାଇବା ଉଚିତ୍। କିନ୍ତୁ ଯଦି ଆପଣ ପ୍ରତିଦିନ ଏହି ପ୍ରତିକାର କରିପାରିବେ ନାହିଁ, ତା’ ହେଲେ ମଙ୍ଗଳବାର ଏବଂ ଶନିବାର ଦିନକୁ ଏହାକୁ ନିଶ୍ଚୟ କରନ୍ତୁ। କାରଣ, ଏହି ଦୁଇଟି ଦିନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ମଙ୍ଗଳବାର ଏବଂ ଶନିବାର ଦିନ ଆପଣ ନିଜ ଆଖିରେ ଧଳା ସୁର୍ମା ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଧୀରେ ଧୀରେ ସକାରାତ୍ମକ ପରିଣାମ ନଜର ଆସିବାକୁ ଲାଗିବ।

ସୁଖ-ସମୃଦ୍ଧି ପାଇଁ: ଜୀବନରେ ବାଧାବିଘ୍ନ ଦୂର କରିବା ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ପାଇଁ ପ୍ରତ୍ୟେକ ଗୁରୁବାର ଓ ରବିବାର ଦିନ ଏହି ଉପାୟ କରନ୍ତୁ। ଡିମ୍ବିରି ଫୁଲରେ ତିଆରି କଳାକୁ ରାତିରେ ଶୋଇବା ପୂର୍ବରୁ ଆଖିରେ ଲଗାନ୍ତୁ। ବିଶ୍ୱାସ କରାଯାଏ ଯେ ଏହି ପ୍ରତିକାର କରିବା ଦ୍ୱାରା ବିଗିଡ଼ି ଯାଇଥିବା କାମ ମଧ୍ୟ ସୁରୁଖୁରୁରେ ଆରମ୍ଭ ହେବାକୁ ଲାଗିଥାଏ।

ଶନିଙ୍କ ଦୁଷ୍ପ୍ରଭାବକୁ କମ୍ କରିବା ପାଇଁ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଲୋକମାନଙ୍କ ଉପରେ ଶନିଙ୍କର ସାଢ଼େ ସାତ ବର୍ଷ ଚାଲିଛି, ସେମାନଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବା ଆରମ୍ଭ କରିଥାଏ। ଏମିତି ଲୋକ ଶାରୀରିକ ଏବଂ ମାନସିକ ସ୍ତରରେ ବିଚଳିତ ରୁହନ୍ତି। ଏଥିପାଇଁ ଶନିଙ୍କ ସାଢ଼େ ସାତ ଦୁଷ୍ପ୍ରଭାବକୁ ଦୂର କରିବା ପାଇଁ ପ୍ରଥମେ ଏକ ପାତ୍ରରେ କଳା ସୁର୍ମା ନିଅନ୍ତୁ। ଏହାକୁ ଶନିବାର ଦିନ ପୀଡିତାଙ୍କ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ୯ ଥର ବୁଲାଇ ସେହି ସୁର୍ମା ଶିଶିକୁ କୌଣସି ଏକ ନିଛାଟିଆ ସ୍ଥାନରେ ଗାତ ଖୋଳି ପୋତି ଦିଅନ୍ତୁ। କିନ୍ତୁ ମନେରଖନ୍ତୁ, ଏହାପରେ ସିଧା ଘରକୁ ଫେରି ଆସିବେ ଏବଂ ପଛକୁ ବୁଲି ବିଲ୍‌କୁଲ ବି ଚାହିଁବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.