Below header

ପୋଲିସକୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ, କୋରାପୁଟ ନନ୍ଦପୁରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ

କୋରାପୁଟ(କେ ନ୍ୟୁଜ): କୋରାପୁଟ ନନ୍ଦପୁର ହାଟଶୁକୁଠାରେ ପୋଲିସକୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ। ନନ୍ଦପୁରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ୪ ଜଣକୁ ଅଟକ ରଖି ଜେରା କରୁଛି ପୋଲିସ । ଭିଡିଓ ଫୁଟେଜ୍‌କୁ ଆଧାର କରି ଆକ୍ରମଣରେ ସମ୍ପୃକ୍ତ ଆସାମୀମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଗିରଫ ଭୟରେ ଆସାମୀମାନେ ଆତ୍ମଗୋପନ କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛିି।

ଖୁବ ଶୀଘ୍ର ଆସାମୀମାନଙ୍କୁ ଧରାଯିବ କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର। ଖଡି ମାଟି ଖଣି ଅଂଚଳକୁ ଗସ୍ତ ବେଳେ ପୋଲିସର ପ୍ରବେଶକୁ ଲୋକେ ପ୍ରବଳ ବିରୋଧ କରିଥିଲେ । ଏହା ପରେ ପ୍ରଫୁଲ୍ଲ ଲାକ୍ରାଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ । ଲମତାପୁଟ ତହସିଲ ଅଧିନରେ ଥିବା ଖଡି ମାଟି ଖଣି ଖନନକୁ ନେଇ ୩ ଖଣ୍ଡ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି ବିରୋଧ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.