Below header

ପ୍ରଥା ପରମ୍ପରାର ପ୍ରତିବନ୍ଧରୁ ଉପରକୁ ଉଠି PCS ପରୀକ୍ଷା ପାସ୍‌ କଲେ ସଞ୍ଜୁ, ଲକ୍ଷ୍ୟ ଏବେ IAS ଅଫିସର

ଅନେକ ସମୟରେ ଆମେ ଜଣେ ପୁରୁଷଙ୍କୁ ନିଜର ଉଜ୍ୱଳ ଭବିଷ୍ୟତ ପାଇଁ ପରିବାରକୁ ଛାଡି ବାହାରେ ସଂଘର୍ଷ କରୁଥିବାର ଦେଖିଥାଉ କିନ୍ତୁ ଆମେ ଆଜି ଉତ୍ତର ପ୍ରଦେଶର ଏକ ଯୁବତୀ ବିଷୟରେ କହିବୁ ଯିଏ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ନିଜ ପରିବାରବର୍ଗଙ୍କ ସହିତ ଯୁକ୍ତି କରି ବାହାରେ ରହିଥିଲେ। ସୂଚନା ଯୋଗ୍ୟ ଉତ୍ତର ପ୍ରଦେଶର ମେରଠ ଅଞ୍ଚଳର ରହୁଥିବା ସଞ୍ଜୁ ନାମକ ଝିଅ ନିଜ କ୍ୟାରିଅରକୁ ନିଜ ପରିବାର ଠାରୁ ମଧ୍ୟ ଅଧିକ ଗୁରୁତ୍ତ୍ୱ ଦେଇଛନ୍ତି । ବାହାଘର ପାଇଁ ପରିବାର ଲୋକେ ଚାପ ପକାଇବାରୁ ସେ ବାଧ୍ୟ ହୋଇ ଘର ଛାଡି ପଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ଘର ଛାଡି ବାହାରେ ରହିବାର ନିଷ୍ପତ୍ତି ସଞ୍ଜୁଙ୍କ ପାଇଁ ସମ୍ଭବ ନଥିଲା। ପରିବାର ସଦସ୍ୟଙ୍କ ଠାରୁ ଅଲଗା ରହି ସଞ୍ଜୁ ୨୦୧୭ରେ ସିଭିଲ ସର୍ଭିସର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାପରେ ସେ ଦୀର୍ଘ ୭ବର୍ଷର ସଂଘର୍ଷ ପରେ ନିଜ ପରିଶ୍ରମର ଫଳ ପାଇବା ସହ ପିସିଏସ୍‌ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଅଫିସର ହୋଇଥିଲେ।

meerut girl1ମେରଠରେ ରହୁ ଥିବା ସଞ୍ଜୁଙ୍କର ଜନ୍ମ ଏକ ନିମ୍ନ ଚିନ୍ତାଧାରା ଥିବା ପରିବାରରେ ହୋଇଥିଲା, ଯେଉଁଠାରେ ଝିଅଙ୍କୁ ଶିକ୍ଷା ପ୍ରଦାନ କରିବା ଉପରେ କୌଣସି ଗୁରୁତ୍ତ୍ୱ ଦିଆଯାଉନଥିଲା । ଏହି ଚିନ୍ତାଧାରା ଯୋଗୁ ଇଣ୍ଟର ପରୀକ୍ଷା ପାସ କରୁ କରୁ ତାଙ୍କ ବଡ ଭଉୁଣୀଙ୍କ ବାହାଘର ହୋଇଯାଇଥିଲା। ସେହିଭଳି ସଞ୍ଜୁ ମଧ୍ୟ ଇଣ୍ଟର ପାସ୍‌ କରୁ କରୁ ଘର ଲୋକେ ତାଙ୍କୁ ପଢିବା ପାଇଁ ମନା କରିଥିଲେ। କିନ୍ତୁ ସଞ୍ଜୁ ପରିବାର ଲୋକଙ୍କ ଏହି କଥାକୁ ବିରୋଦ କରି ଘରୁ ବାହାରି ଆସିଥିଲେ। ପରେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଞ୍ଜୁ କେବେ ଟ୍ୟୁସନ କରିଥିଲେ ତ କେବେ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରିଥିଲେ। କିନ୍ତୁ ଏସବୁ ମଧ୍ୟରେ ସେ ତାଙ୍କ ପାଠ ପଢାର ନିଶାକୁ ଛାଡି ନଥିଲେ ଓ ଶେଷରେ ସଫଳତା ହାସଲ କରିଥିଲେ।

ପିସିଏସ ପରୀକ୍ଷା ପାସ କରିବା ପରେ ବର୍ତ୍ତମାନ ସଞୁ IAS ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି । ତାଙ୍କର ଇଛା ଦିନେ ସେ ମେରଠକୁ IAS ଅଫିସର ହୋଇ ଆସିବେ। ଏନେଇ ସଞ୍ଜୁଙ୍କ ଗୁରୁ ଅଭିଷେକ ଶର୍ମା କହିଛନ୍ତି, ଝିଅମାନଙ୍କୁ ପୁଅଙ୍କ ଠାରୁ କମ ଭାବୁଥିବା ସମାଜରେ ଉଦାହରଣ ପାଲଟିଛନ୍ତି ସଞ୍ଜୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.