ସୂର୍ଯ୍ୟ ଭଗବାନଙ୍କର ଅନେକ ନାମ, ଜାଣନ୍ତୁ ଏହି ନାମ କ’ଣ ଏବଂ ଏହାର ଅର୍ଥ

ସୂର୍ଯ୍ୟଙ୍କ ଉପାସନା ପାଇଁ ରବିବାର ହିଁ ଉତ୍କଷ୍ଟ ଦିନ। ସୂର୍ଯ୍ୟ ଦେବତାଙ୍କୁ ପ୍ରତ୍ୟକ୍ଷ ଦେବତା ଭାବେ ଗଣାଯାଏ। ଗ୍ରହର ରାଜା ଏବଂ ଆତ୍ମାର ପ୍ରତୀକ ସୂର୍ଯ୍ୟ। ଏଥିପାଇଁ ଯେଉଁ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ଦୁର୍ବଳ ସେମାନଙ୍କୁ ସୂର୍ଯ୍ୟ ପୂଜା କରିବାର ପରାମର୍ଶ ଦିଆଯାଏ। ଆମ ବେଦ ଏବଂ ଅନ୍ୟ ଗ୍ରନ୍ଥରେ ସୂର୍ଯ୍ୟଙ୍କର ୧୨ଟି ନାମ ଏବଂ ସେହି ନାମର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ସୂର୍ଯ୍ୟଙ୍କ ୧୨ଟି ନାମର ଜପ କରିବା ସହିତ ଏମିତି କରନ୍ତୁ ପୂଜା…। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ନାମ ଓ କିପରି କରିବେ ପୂଜା..

ଆଦିତ୍ୟ : ଭଗବାନ ସୂର୍ଯ୍ୟ, ଋଷି କଶ୍ୟପ ଏବଂ ଆଦିତିଙ୍କ ପୁତ୍ର ହେବା ଯୋଗୁଁ ମାତା ଆଦିତିଙ୍କ ନାମରେ ସୂର୍ଯ୍ୟ ରଖାଯାଇଛି। ଆଦିତି ଅର୍ଥ, ଯାହା ରୋଗ, ଦ୍ୱେଷରୁ ଊର୍ଦ୍ଧ୍ୱରେ ଏବଂ ଯାହା ଉପରେ କାହାର ମଧ୍ୟ ନିୟନ୍ତ୍ରଣ ନଥାଏ।

ଦିନକର : ଦିନର ଆରମ୍ଭ ସୂର୍ଯ୍ୟୋଦୟରୁ ହୋଇଥାଏ, ସେଥିପାଇଁ ସୂର୍ଯ୍ୟଙ୍କୁ ଦିନକର ମଧ୍ୟ କୁହାଯାଏ

ଦିବାକର : ଦିବାକର ଅର୍ଥ ହେଉଛି ରାତି କିମ୍ବା ଅନ୍ଧାରକୁ ଶେଷ କରିବା। ଏହାର ଅର୍ଥ ଯିଏ ଆସିବା ମାତ୍ରେ ଅନ୍ଧାର ଶେଷ ହୋଇଯାଏ।

debata

ଭାନୁ  : ଭାନୁ ଅର୍ଥ ଏପରି ଅଲୌକିକ ରଶ୍ମୀରୁ ହୋଇଥାଏ, ଯାହାର ଲାଭ ସମସ୍ତଙ୍କୁ ମିଳିଥାଏ।

ରବି: କୁହାଯାଏ, ବ୍ରହ୍ମାଣର ସୃଷ୍ଟି ହୋଇ ଯେଉଁଦିନରୁ ଆରମ୍ଭ ହୋଇଥିଲା ସେଦିନ ରବିବାର ଥିଲା। ତେଣୁ ସପ୍ତାହର ଆରମ୍ଭ ରବିବାର ଠାରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଭଗବାନ ସୂର୍ଯ୍ୟଙ୍କୁ ରବି କୁହାଯାଏ।

ପ୍ରଭାକର : ପ୍ରଭାର ଅର୍ଥ ପ୍ରାତଃକାଳ ଏବଂ ଏହି ସମୟରେ ସୂର୍ଯ୍ୟ ସଂସାରରେ ବିଦ୍ୟମାନ ହୋଇଥାନ୍ତି। ତେଣୁ ସୂର୍ଯ୍ୟଙ୍କୁ ପ୍ରଭାକର କହାଯାଏ।

ରଶ୍ମି ମତେ: ଏଥିରେ ଦୁଇଟି ଶବ୍ଦ ରହିଛି। ରଶ୍ମୀର ଅର୍ଥ ପ୍ରକାଶ ଏବଂ ମତେର ଅର୍ଥ ପୁଞ୍ଜ। ଯାହା ଭିତରେ ହଜାର ସଂଖ୍ୟାରେ ପ୍ରକାଶ ପୁଞ୍ଜ ରହିଥାଏ। ତାଙ୍କୁ ସୂର୍ଯ୍ୟ କୁହାଯାଏ।

ଭୁବନେଶ୍ୱର: ଏହାର ଅର୍ଥ ପୃଥ୍ଵୀରେ ରାଜ କରୁଥିବା। ପୃଥିବୀ ମଧ୍ୟ ଏକ ଗ୍ରହ। ଏଥିପାଇଁ ସୂର୍ଯ୍ୟଙ୍କୁ ଭୁବନେଶ୍ୱର ମଧ୍ୟ କୁହାଯାଏ।

surya

ସବିତା: ସବିତାର ଅର୍ଥ ଉତ୍ପନ୍ନ କରୁଥିବା। ଭଗବାନ ସୂର୍ଯ୍ୟ ସବୁବେଳେ ନିଜ ସଂସ୍କାରକୁ ଆଲୋକିତ କରୁଥିବାରୁ ସବିତା ମଧ୍ୟ କୁହାଯାଏ।

ସୂର୍ଯ୍ୟ : ସୂର୍ଯ୍ୟର ଅର୍ଥ ହୋଇଥାଏ ଭ୍ରମଣ କରୁଥିବା। ଭଗବାନ ସୂର୍ଯ୍ୟ ସବୁବେଳେ ନିଜ ସଂସାର ଭ୍ରମଣ କରିଥାନ୍ତି। ତେଣୁ ତାଙ୍କ ନାମ ସୂର୍ଯ୍ୟ।

ସପ୍ତସତୀ: ଭଗବାନ ସୂର୍ଯ୍ୟ ସାତଟି ଘୋଡାର ରଥ ଚଢନ୍ତି। ତେଣୁ ତାଙ୍କ ନାମ ସପ୍ତସତୀ।

ଆଦିଦେବ: ବେଦ ଅନୁସାରେ ବ୍ରହ୍ମାଣ୍ଡର ଆରମ୍ଭ ଚୈତ୍ରମାସ ଶୁକ୍ଳପକ୍ଷ ରବିବାର ହେବା କାରଣରୁ ତାଙ୍କ ନାମ ଆଦିଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.