ଦୁର୍ଘଟଣାରେ ଆହତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର, ମା’ଙ୍କ ବ୍ରତର ଶକ୍ତିରୁ ପୁଣିଥରେ ଜୀବିତ ହେଲା ପୁଅ !

ମୃତ୍ୟୁ ହେଉଛି ଚୀର ସତ୍ୟ। କିନ୍ତୁ ଭଗବାନଙ୍କ ଇଚ୍ଛା ଆଗରେ ଏହା କିଛି ନୁହେଁ। ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରରେ। ଏଠାରେ ଏକ ପରିବାର ୧୭ ବର୍ଷୀୟ ଜଣେ ଯୁବକର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଏହି ସମୟରେ ହଠାତ ମୃତ ଯୁବକର ଆଙ୍ଗୁଠି ହଲିବାକୁ ଲାଗିଥିଲା। ଏହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ହୋସ ଉଡିଯାଇଥିଲା।

j

ସୂଚନା ମୁତାବକ, ଯୁବକ ଜଣକ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ସେ ୩ ଦିନ ପଡ଼ିଥିଲେ। ତାଙ୍କ ନିଶ୍ୱାସ ପ୍ରଶ୍ୱାସ ଠିକ ଭାବେ ଚାଲୁ ନ ଥିଲା। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ ଯୁବକଙ୍କ ଆଙ୍ଗୁଠି ହଲିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଡାକ୍ତର ଯୁବକଙ୍କୁ ଜୀବିତ ବୋଲି କହିଥିଲେ।

କୁହାଯାଉଛି କି, ସେଦିନ ଜିତିୟା ବ୍ରତ ଥିଲା। ମହିଳାମାନେ ନିଜ ସନ୍ତାନଙ୍କ ଲମ୍ବା ଆୟୁ ପାଇଁ ଏହି ବ୍ରତ ରଖିଥାନ୍ତି। ତେଣୁ ନିଜ ପୁଅର ସୁରକ୍ଷା ପାଇଁ ପାଟନାର ଜଣେ ମହିଳା ମଧ୍ୟ ଏହି ବ୍ରତ ରଖିଥିଲେ। କିନ୍ତୁ ସେଦିନ ତାଙ୍କ ୧୭ ବର୍ଷୀୟ ପୁଅ ହଠାତ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମେଡିକାଲରେ ୩ ଦିନ ରହି ଚିକିତ୍ସିତ ହେବା ପରେ ଡାକ୍ତର ଯେତେବେଳେ ମୃତ ଘୋଷଣା କରିଥିଲେ, ତାହା ଶୁଣି ମହିଳାଙ୍କୁ ଶକ୍ତ ଧକ୍କା ଲାଗିଥିଲା।

x

ସେ ଏହି ଦୁଃଖଦ ଘଟଣାରେ ପୂରା ଭାଙ୍ଗିପଡିଥିଲେ। କିନ୍ତୁ କେଉଁଠି ନା କେଉଁଠି ତାଙ୍କୁ ଲାଗୁଥିଲା କି, ତାଙ୍କ ପୁଅ ନିଶ୍ଚିତ ଫେରି ଆସିବ। ଭଗବାନଙ୍କ ପ୍ରତି ତାଙ୍କର ଏହି ଭରସା ଏବେ ସତରେ ପରିଣତ ହୋଇଛି। କୁହାଯାଉଛି, ସୌରଭ ନାମକ ଏହି ଯୁବକ ୩ ଦିନ ଧରି କୋମାରେ ଥିଲେ। ସେହି ସମୟରେ ତାଙ୍କ ସ୍ଥିତି ଗମ୍ଭୀର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.