Below header

ଘରକୁ ଆସିବା ପାଇଁ ୫୫୦ କିଲୋମିଟର ସାଇକେଲ୍‌ ଚଳାଇଲେ ଯୁବକ, ୪ ଦିନ ପରେ ପହଞ୍ଚିଲେ ଘରେ

କରୋନା ଯୋଗୁ ବର୍ତ୍ତମାନ ଲୋକେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଭୟ କରୁଛନ୍ତି। କାରଣ ଆମେ ଏକା ନୁହେଁ, ଆମକୁ ପରିବାର ଲୋକଙ୍କ କଥା ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି। ଏହି କଥାକୁ ଦୃଷ୍ଟିରେ ରଖି ରାହୁଲ ଆର ନାୟର ସାଇକେଲରେ ଘରକୁ ଯାତ୍ରା କରିଛନ୍ତି। ରାହୁଲ ବେଙ୍ଗାଲୁରୁରୁ କୋଚି ପ୍ରାୟ ୫୫୦ କିଲୋମିଟର ସାଇକେଲରେ ଯାତ୍ରା କରି ଘରେ ପହଞ୍ଚିଛନ୍ତି।

ରିପୋର୍ଟ ମୁତାବକ ରାହୁଲଙ୍କ ଫୋର ହ୍ବିଲର ଲାଇସେନ୍ସ ସେପ୍ଟେମ୍ବରରେ ଶେଷ ହୋଇଯାଇଛି। ଏଣୁ ସେ ସାଇକେଲରେ ଘରକୁ ଯିବାକୁ ନିଷ୍ପତ୍ତି ନେଲେ। ସେ ନଭେମ୍ବର ୧୮ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ବେଙ୍ଗାଲୁରୁ, ମହୀଶୂର, କୋଝିକୋଡ ହୋଇ ୨୧ ତାରିଖରେ ସେ ଘରେ ପହଞ୍ଚିଛନ୍ତି।

rahul

ଏନେଇ ରାହୁଲ କହିଛନ୍ତି ଯେ କଲେଜରେ ପଢ଼ିବା ବେଳେ ସେ ପ୍ରତିଦିନ ୬୦ କିଲୋମିଟର ସାଇକେଲ ଚଳାଉଥିଲେ। ଏଣୁ ସାହସ କରି ସେ ଏତେ ବାଟ ଚାଲିଆସିଲେ। ଆସିବା ବେଳେ ରାସ୍ତାରେ ଦୁଇଥର ତାଙ୍କ ସାଇକେଲର ଚକ ଲିକ୍ ହୋଇଥିଲା। ଏଥିସହ ତାଙ୍କୁ ୨୨ କିଲୋମିଟର ଦୁର୍ଗମ ଜଙ୍ଗଲ ରାସ୍ତା ମଧ୍ୟ ଅତିକ୍ରମ କରିବାକୁ ପଡ଼ିଥିଲା। ପ୍ରକାଶ ଯେ, ରାହୁଲ ଏକ ଷ୍ଟାର୍ଟ ଅପ ବିଜନେସ ଚଳାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.