Below header

ବଲାଙ୍ଗୀର : ବୋଲେରୋ ଧକ୍କାରେ ଜଳିଗଲା ବାଇକ, ତିନି ଜଣ ମୃତ ଜଣେ ଗୁରୁତର

ବଲାଙ୍ଗୀର : ବାଇକକୁ ଧକ୍କା ଦେଲା ବୋଲେରୋ ଘଟଣାସ୍ଥଳରେ ବାପା ଏବଂ ୩ ବର୍ଷର ପୁଅ ମୃତ । ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମା ଓ ବର୍ଷକର ଶିଶୁ ପୁତ୍ର, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରର ତୁଷୁରାରେ । ମିଳିଥିବା ସୂଚନା ମୁତାବକ ଏକ ବାଇକ ଯୋଗେ ବାପା, ମା ସହ ଦୁଇ ଶିଶୁ ପୁତ୍ର ଯାଉଥିବାବେଳେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା ଯାହାଫଳରେ ସଂଗେ ସଂଗେ ବାଇକରେ ନିଆଁ ଲାଗିଯାଇଥିଲା ।

ତେବେ ଘଟଣାସ୍ଥଳରେ ବାପା ଓ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ମା ଓ ଛୁଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ମାନେ ହେଲେ କଳାହାଣ୍ଡି ଜିଲ୍ଲା ରିଷିଡାର ତରଣୀସେନ ବିଶି ଓ ତାଙ୍କ 4 ବର୍ଷର ପୁଅ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.