SBI ରେ ଅନଲାଇନ ଟ୍ରାଞ୍ଜାକ୍ସନ ହେଉନଥିବା ଅଭିଯୋଗ, ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କଲେ ଗ୍ରାହକ

ବର୍ତ୍ତମାନ ଲୋକମାନେ ଟଙ୍କା ନେଣଦେଣ ପାଇଁ ଆଉ ATM ଯିବାକୁ ପସନ୍ଦ କରୁନାହାନ୍ତି। ଏଣୁ ଘରେ ବସି ଡିଜିଟାଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାନଜାକସନ କରୁଛନ୍ତି। ମାତ୍ର ଗତ କିଛି ଦିନ ହେବ ବ୍ୟାଙ୍କରେ ଅନଲାଇନ ଟ୍ରାନଜାକସନ ହେବାରେ ସମସ୍ୟା ଉପୁଜୁଛି। HDFC ପରେ ଏବେ SBIର ଫ୍ଲେଗସିପ୍ ଆପ୍ ୟୋନୋରେ ବି ସମସ୍ୟା ଦେଖାଦେଇଛି। ୟୋନୋରେ ଟଙ୍କା ପଠାଇବା ବେଳେ ତାହା ଫେଲ ହୋଇଯାଉଛି।

YONO ରେ ସମସ୍ୟା ଦେଖା ଦେବାରୁ ଗ୍ରାହକ ମାନେ ସୋସିଆଲ ମିଡିଆରେ ନିଜ ରାଗ ଜାହିର କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ କ୍ରୋଧ ଦେଖି SBI ଟ୍ୱିଟ କରି ଟେକ୍ନିକାଲ ଇସ୍ୟୁ ଥିବା କହିଛି। ଖୁବଶୀଘ୍ର ଗ୍ରାହକଙ୍କ ସମସ୍ୟାକୁ ସମାଧାନ କରାଯିବ ବୋଲି SBI ତରଫରୁ ସ୍ପଷ୍ଟ କରାଯାଇଛି। ଏଥିସହ SBI ପରାମର୍ଶ ଦେଇଛି ଯେ ଗ୍ରାହକ ଏବେ ୟୋନୋ ବ୍ୟବହାର ନ କରି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ୟୋନୋ ଲାଇଟ୍ ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.