ଉଇଗର ମୁସଲମାନଙ୍କୁ ଶୁକ୍ରବାର ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରୁଛି ଚୀନ

ଉଇଗର ମୁସଲମାନଙ୍କ ବିରୋଧରେ ଚିନରେ ବିରୋଧ ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତି ଶୁକ୍ରବାର ଆୟୋଜିତ ହେଉଥିବା “ରି ଏଜୁକେସନ କ୍ୟାମ୍ପ”ରେ ଏହି ସମ୍ରଦାୟକୁ ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଯାଉଛି । ଆଉ ଯଦି କେହି ଏମିତି କରିବାକୁ ମନା କରନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଉଥିବା ଜଣାଯାଇଛି । ଘୁଷୁରୀ ଚାହିଦାକୁ ପୂରଣ କରିବା ପାଇଁ ସିଜିୟାଙ୍ଗ ଅଂଚଳରେ ଘୁଷୁରୀ ପାଳନ କରିବାକୁ ପ୍ରୋତ୍ସାହନ ମଧ୍ୟ କରାଯାଉଛି । ଉଇଗର ସମ୍ପ୍ରଦାୟର ଜଣେ ନାଗରିକ ଏକ ସମ୍ବାଦପତ୍ର ସଂସ୍ଥାକୁ ସାକ୍ଷାକାରରେ କହିଛନ୍ତିକି , ପ୍ରତି ଶୁକ୍ରବାର ସେମାନଙ୍କୁ ଘୁଷୁରୀ ମାଂସ ଖାଇବା ପାଇଁ ବାଧ୍ୟ କରାଯାଉଛି । ଆଉ ଜାଣି ବୁଝି ଶୁକ୍ରବାରକୁ ହିଁ ଏଥିପାଇଁ ବଛା ଯାଇଛି । ଉଇଗର ମୁସଲମାନ ଶୁକ୍ରବାରକୁ ପବିତ୍ର ଦିବସ ଭାବେ ମାନୁଥିଲେ ସୁଦ୍ଧା ସେମାନଙ୍କୁ ଏହି ଦିନରେ ବି ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତିକି, ପ୍ରତି ଶୁକ୍ରବାର ଉଇଗର ମୁସଲମାନଙ୍କ ଶିବିରରେ ଏହି ମାଂସ ପରଷା ଯାଇଥାଏ | ଶିବିରରେ ଜବରଦସ୍ତ ସେମାନଙ୍କୁ ଖାଇବାକୁ ବାଧ୍ୟ କରାଯାଏ । ଖାଲି ସେତିକି ନୁହେଁ ନ ଖାଇଲେ ଜୀବନରୁ ମାରି ଦେବା ନେଇ ଧମକ ମଧ୍ୟ ଦିଆଯାଏ । ତେଣୁ ସେମାନେ ଜୀବନ ବିକଳରେ ପରଷା ଯାଇଥିବା ମାଂସକୁ ଖାଇଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.