ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ସୂର୍ଯ୍ଯଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ବର୍ଷକୁ ୧୨ଟି ସଂକ୍ରାନ୍ତି ପଡିଥାଏ, ଯାହା ମଧ୍ୟରୁ ମିଥୁନ ସଂକ୍ରାନ୍ତି ଅନ୍ଯତମ। ମିଥୁନ ସଂକ୍ରାନ୍ତି ଦିନ ସୂର୍ଯ୍ଯ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରନ୍ତି। ଚଳିତ ବର୍ଷ ମିଥୁନ ସଂକ୍ରାନ୍ତି ୧୫ ଜୁନ୍ ଅର୍ଥାତ୍ ଆସନ୍ତକାଲି ପଡୁଛି। ଜ୍ଯେଷ୍ଠ ମାସରେ ସୂର୍ଯ୍ଯଦେବ ମିଥୁନ ରାଶିରେ ପ୍ରବେଶ କରିବା ମାତ୍ରେ ଏହାକୁ ମିଥୁନ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ଯଦେବଙ୍କର ବିଶେଷ ପୂଜା କରାଯାଏ।

ମିଥୁନ ସଂକ୍ରାନ୍ତିର ପୂଣ୍ଯ କାଳ ମୁହୂର୍ତ୍ତ:

ମିଥୁନ ସଂକ୍ରାନ୍ତି ଜୁନ ୧୫ ତାରିଖ ସକାଳ ୬.୧୭ରୁ ୧.୪୩ ପର୍ଯ୍ଯନ୍ତ ରହିଥିବା ବେଳେ ଏହାର ମହାପୂଣ୍ଯ ୬ଟା ୧୭ରୁ ସକାଳ ୮ଟା ୩୬ ରହିଛି।

ପୂଜା କରିବାର ବିଧି:

ସୂର୍ଯ୍ଯଦେବଙ୍କ ପୂଜା ପାଇଁ ସୂର୍ଯ୍ଯଦେବଙ୍କ ପୂର୍ବରୁ ଉଠି ସ୍ନାନ କରନ୍ତୁ। ଏହା ପରେ ସୂର୍ଯ୍ଯୋଦୟ ହେଲା ପରେ ଦର୍ଶନ କରି ଓଁ ସୂର୍ଯ୍ଯାୟ ନମଃ କହି ଜଣ ଅର୍ପଣ କରନ୍ତୁ। ସୂର୍ଯ୍ଯଙ୍କୁ ଅର୍ପଣ କରୁଥିବା ଜଳରେ ଲାଲ ରଙ୍ଗ, ଲାଲ ଫୁଲ ମିଶାଇ ଜଳ ଦିଅନ୍ତୁ। ସୂର୍ଯ୍ଯଙ୍କୁ ଅର୍ଘ୍ଯ ଦେବା ପରେ ଲାଲ ଆସନରେ ବସି ପୂର୍ବ ଦିଗକୁ ମୁହଁ କରି ବସି ସୂର୍ଯ୍ଯ ମନ୍ତ୍ରକୁ ଅତି କମରେ ୧୦୮ ଥର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.