ଲକଡାଉନ୍‌ ହଟିବ ନା କଟକଣା ବଢ଼ିବ ବିଚାର ବିମର୍ଷ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର (କେନ୍ୟୁଜ) : ସାରା ଓଡ଼ିଶାରେ ଲକଡାଉନ୍‌ ହଟିବ ନା କିଛି ଜିଲ୍ଲାରେ କଟକଣା ବଢ଼ିବ ? ଏନେଇ ବିଚାର ବିମର୍ଷ କରୁଛନ୍ତି ରାଜ୍ୟ ସରକାର । କେଉଁଠି ଖୋଲିବ, କେଉଁଠି ବଢ଼ିବ ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକରେ ଲକଡାଉନ୍‌ ହଟିପାରେ । ହେଲେ ରେଡ ଜୋନ୍‌ରେ ବର୍ତ୍ତମାନ ଭଳି କଟକଣା ରହିପାରେ । ଏବେ ଉଭୟ ଆକ୍ଟିଭ ଓ ପଜିଟିଭିଟି ରେଟ୍‌ ରେଡ ଜୋନରେ ୬ ଜିଲ୍ଲା ରହିଛି । ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଆକ୍ଟିଭ ଓ ପଜିଟିଭିଟି ରେଟ୍‌ ରେଡ ଜୋନରେ ରହିଛି । ଏହି ୬ ଜିଲ୍ଲାରେ ୨ହଜାର ୫୦୦ରୁ ଅଧିକ ଆକ୍ଟିଭ କେସ୍‌ ରହିଥିବା ବେଳେ ୭.୫ପ୍ରତିଶତରୁ ଅଧିକ ପଜିଟିଭିଟି ରେଟ୍‌ ରହିଛି । ଏହି ୬ ଜିଲ୍ଲାରେ ଲକଡାଉନ୍‌ ହଟିନପାରେ । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୨୦୦୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି । ହେଲେ ପଜିଟିଭିଟି ରେଟ୍‌ ରହିଛି ୧.୯ ପ୍ରତିଶତ । ସେହିଭଳି କେନ୍ଦ୍ରାପଡାରେ ୪.୭ ପ୍ରତିଶତ ପଜିଟିଭିଟି ରେଟ୍‌ ଥିବାବେଳେ ୧୬୦୦ରୁ ଅଧିକ ଆକ୍ଟିଭ୍‌ କେସ ରହିଛି । ଅନୁଗୁଳରେ ୨ ହଜାର ୭୦୦ ଆକ୍ଟିଭ କେସ ରହିଛି । କିନ୍ତୁ ୬.୫ ପ୍ରତିଶତ ରହିଛି ପଜିଟିଭିଟି ରେଟ୍‌ । ସୁନ୍ଦରଗଡ଼, କେନ୍ଦ୍ରାପଡା ଓ ଅନୁଗୁଳରେ ଲକଡାଉନ ବଢ଼ିବ ନା ଅନଲକ୍‌ ହେବ, ତା ଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.