ପୋକୋର ସବୁଠୁ ଶସ୍ତା Poco M3 Pro 5Gର ପ୍ରଥମ ସେଲ ଆଜିଠୁ ଆରମ୍ଭ , ଦାମ ରହିଛି ୧୩,୫୦୦ରୁ କମ୍‌

ସ୍ମାର୍ଟଫୋନର ବ୍ୟବହାରକୁ ଦୃଷ୍ଟିରେ ରଖ ଗ୍ରାହକଙ୍କ ପାଇଁ ପୋକୋ ଇଣ୍ଡିଆ ନୂଆ ଫୋନ ଲଞ୍ଚ କରିବାକୁ ଯାଉଛି । ପୋକୋ ଇଣ୍ଡିଆର ସବୁଠୁ ଶସ୍ତା Poco M3 Pro 5G ଫୋନ । ଏହା ପୋକୋର ଭାରତରେ ପ୍ରଥମ 5G ଫୋନ, ଯାହା ଆଜି ଦିନ ୧୨ଟାରେ ଫ୍ଲିପକାର୍ଟରେ ଲଞ୍ଚ ହେବ । ସ୍ମାର୍ଟଫୋନରେ 90Hz ଡିସପ୍ଲେ, MediaTek Dimensity 700 ପ୍ରୋସେସର ଏବଂ 48 ମେଗାପିକ୍ସଲର ଟ୍ରିପଲ କ୍ୟାମେରା ରହିଛି ।

ତେବେ Poco ସ୍ମାର୍ଟଫୋନର 4GB + 64GB ଷ୍ଟୋରେଜ ମଡେଲର ଦାମ ୧୩,୯୯୯ ଟଙ୍କା ରହିଥିବା ବେଳେ 6GB + 128GB ଷ୍ଟୋରେଜ ଭାରିଏଣ୍ଟର ଦାମ ୧୫,୯୯୯ ଟଙ୍କା ରହିଛି । ଏହି ଫୋନ ୩ଟି କଲରରେ ବଜାରକୁ ଆସୁଛି । ପ୍ରଥମ ସେଲରେ କମ୍ପାନୀ ତରଫରୁ ୫୦୦ ଟଙ୍କାର ଛାଡ ଦିଆଯାଇଛି । ଏହି ସୁବିଧାରେ ବେସ ମଡେଲକୁ ୧୩,୪୯୯ ଟଙ୍କା ଏବଂ ଟପ ମଡେଲରେ ୧୫,୪୯୯ ଟଙ୍କାରେ ମିଳିବ ।

ଫୋନରେ 5,000mAh  ବ୍ୟାଟେରୀ ରହିଥିବା ବେଳେ 18W ଫାଷ୍ଟ ଚାର୍ଜିଂର ସପୋର୍ଟ ସିଷ୍ଟମ ରହିଛି । ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେଂସର ଏବଂ ଫେସ ଅନଲକ ଫିଚର୍ସ ରହିଛି । କନେକ୍ଟିଭିଟି ପାଇଁ ଏଥିରେ NFC , ଡୁଆଲ ସିମ, ଡୁଆଲ 5G ଷ୍ଟାଣ୍ଡବାୟ ବ୍ଲୁଟୁଥ 5.1, 3.5 ଏମଏମ ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ ସି ପୋର୍ଟ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.