Below header

୨୦୦ ଲୋକଙ୍କୁ କରିଥିଲେ ଡେଟ, ହେଲେ ମିଳିଲେନି ସଚ୍ଚା ଜୀବନସାଥୀ, ଶେଷରେ ନିଜ କୁକୁରକୁ କଲେ ବିବାହ

ବିବାହ କରିବା ଏକ ସାଧାରଣ କଥା। କିନ୍ତୁ ନିକଟରେ ବ୍ରିଟେନରେ ହୋଇଥିବା ଏକ ନିଆରା ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୪୯ ବର୍ଷୀୟା ପୂର୍ବତନ ସ୍ୱିମସୁଟ ମଡେଲ ଏଲିଜାବେଥ ୨୦୦ ଲୋକଙ୍କୁ ଡେଟ କରିବା ପରେ ଶେଷରେ ନିଜ କୁକୁରକୁ ବିବାହ କରିଛନ୍ତି। ଖାସ କଥା ହେଉଛି, ଏହି ବିବାହ ଟିଭିରେ ମଧ୍ୟ ସିଧାପ୍ରସାରଣ ହୋଇଥିଲା, ଯାହାକୁ ଦୁନିଅସାରା ଲୋକେ ଦେଖିଥିଲେ।

nb

ଏପରିକି, ଏଲିଜାବେଥ ଏବଂ ତାଙ୍କ କୁକୁର ହନିମୁନରେ ମଧ୍ୟ ଯିବେ। ଏଥିପାଇଁ ଏଲିଜାବେଥ ଡଗ ଫ୍ରେଣ୍ଡଲି ହୋଟେଲ ବୁକ କରିବେ। ମିଡିଆ ରିପୋର୍ଟ ମୁତାବକ, ଏଲିଜାବେଥ ଏତେ ଲୋକଙ୍କୁ ଡେଟ କରିଥିଲେ ହେଁ ତାଙ୍କୁ ନିଜର ଜୀବନସାଥୀ ମିଳିପାରି ନ ଥିଲା। ଶେଷରେ ସେ କୁକୁରକୁ ନିଜ ଜୀବନସାଥୀ ରୂପେ ବାଛିଥିଲେ।

tftf

କୁକୁରକୁ ୬ ବର୍ଷ। ତା’ ନାଁ ‘ଲୋଗାନ’। ଏହା ଗୋଲଡେନ ରେଟ୍ରିଭର ବ୍ରିଡର। ସୂଚନାଥାଉ କି, ଏଲିଜାବେଥଙ୍କର ୨୫ ବର୍ଷର ଝିଅ ଅଛି। ସେ କହିଥିଲେ, ସାରା ଜୀବନ ରହିବା ପାଇଁ ତାଙ୍କୁ ଜୀବନସାଥୀ ରୂପେ କୌଣସି ବ୍ୟକ୍ତିର ଆବଶ୍ୟକତା ନାହିଁ। ନିଜ ବାକି ଜୀବନ ସେ ଲୋଗାନ ସହିତ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.