Below header

କରୋନା ପାଇଁ ବୁଡିଗଲା ରୋଜଗାର, ହାତ ବାନ୍ଧି ବସିଛନ୍ତି ୫୦୦ରୁ ଉର୍ଦ୍ଧ୍ୱ ସବାଇ ଘାସ କାରିଗର

ଜଳେଶ୍ୱର(କେ ନ୍ୟୁଜ) : ବର୍ତ୍ତମାନ ସାରା ବିଶ୍ୱ କରୋନା ଯୋଗୁଁ ସଙ୍କଟ ଦେଇ ଗତି କରୁଛି । କରୋନା ସଂକ୍ରମଣ ଯେପରି ଅଧିକ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଏବେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଏହି ଲକ୍ଡାଉନ୍ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶ ଲୋକଙ୍କ ଜୀବନ ଜୀବିକା । ଅନ୍ୟ ସମସ୍ତ ଜୀବିକା ଏକ ପ୍ରକାର ପ୍ରଭାବିତ ହୋଇଥିବା ବେଳେ ସବାଇ ଘାସ କାରିଗର ମାନେ ହରାଇଛନ୍ତି ରୋଜଗାର।

33

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ବ୍ଲକର ୪୦୦ ରୁ ଉର୍ଦ୍ଧ୍ୱ ମହିଳା ଏବଂ ପୁରୁଷମାନେ ସବାଇ ଘାସରୁ ବିଭିନ୍ନ ପ୍ରକାର ଘରୋଇ ଉପକରଣ ତିଆରି କରି ସେଗୁଡିକୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ରପ୍ତାନୀ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ମଧ୍ୟ ପ୍ରତିପୋଷଣ କରିଥାନ୍ତି । ବିଶେଷ ଭାବରେ ମହିଳାମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ପଡୋଶୀ ମୟୁରଭଞ୍ଜ ଜିଲ୍ଲାରୁ ସବାଇ ଘାସ ଆଣି ସେଥିରୁ ବିଭିନ୍ନ ଡିଜାଇନର ଫୁଲ ଚାଙ୍ଗୁଡି , ବ୍ୟାଗ୍ , ବାକ୍ସ , ପାପୋଛ , ଟିଫିନ ବକ୍ସ , ଟୋକେଇ ଏବଂ ଘର ସାଜସଜ୍ୟା ପାଇଁ ବିଭିନ୍ନ ଉପକରଣ ଇତ୍ୟାଦି ପାଖାପାଖି ୨୦୦ ପ୍ରକାର ର ସାମଗ୍ରୀ ମହିଳା ମାନେ ତିଆରି କରିଥାନ୍ତି । ମାତ୍ର ଲକ୍ଡାଉନ୍ ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଲକଡାଉନ କଟକଣା ଯୋଗୁଁ ଏହି ସବୁ ସାମଗ୍ରୀର ରପ୍ତାନୀ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଫଳରେ ତିଆରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସବୁ ଘରେ ସେମିତି ଗଦା ହୋଇ ପଡ଼ିରହିଛି। ଲକ୍ଡାଉନ୍ ଯୋଗୁଁ ରୋଜଗାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବାରୁ ଘରେ ଦିନ କୁ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ହୋଇ ପଡ଼ିଛି ।

sabai ghasa

କାରିଗରମାନେ ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରି ୨୫୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି , ମାତ୍ର ଏବେ ରୋଜଗାର ସମ୍ପୂର୍ଣ୍ଣ ଭାବରେ ବନ୍ଦ । ମହିଳାମାନେ ଏହି ସାମଗ୍ରୀଗୁଡିକୁ ବିଭିନ୍ନ ମେଳା ମହୋତ୍ସବ ଇତ୍ୟାଦିରେ ଷ୍ଟଲ ଲଗାଇ ବିକ୍ରି କରି କିଛି ପଇସା ମଧ୍ୟ ରୋଜଗାର କରିଥାନ୍ତି । ମାତ୍ର ଏବେ ସବୁ ବନ୍ଦ, ତେଣୁ ଏମାନେ ହାତ ବାନ୍ଧି ପସିଛନ୍ତି।

33

ଯଦି ସରକାର ଏହି ସବାଇଘାସ କାରିଗର ମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏମାନଙ୍କର ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି । ତାହାଲେ ଏମାନେ ଏଭଳି ଦୁର୍ଦ୍ଦିନରେ ନିଜ ପରିବାର ପ୍ରତିପୋଷଣ କରିବା ସହ ଏହି ବ୍ୟବସାୟକୁ ସେମାନେ ଆହୁରି ଆଗକୁ ନେବା ସହ ନିଜର ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.