ସାରା ରାତି ଭୟରେ ଥରୁଛି କରାଚି, ଟ୍ୱିଟରରେ ଦେଖିବାକୁ ମିଳୁଛି ପାକିସ୍ତାନୀଙ୍କ ଭୟ..କଣ କାରଣ ?

ମଙ୍ଗଳବାର ରାତିରୁ ପାକିସ୍ତାନର କରାଚି ନିକଟସ୍ଥ ସୀମାରେ ଆଲୋଡନ ସୃଷ୍ଟି ହୋଇଛି । ଆକାଶରେ ଆସୁଥିବା ଯୁଦ୍ଧବିମାନର ଶବ୍ଦ ଏବଂ ବିମାନଗୁଡିକ କ୍ରମାଗତ ଭାବରେ ଗତି କରିବା ସହ ଏହା ପାକିସ୍ତାନରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଟ୍ୱିଟରରେ କରାଚି ଟପ ଟ୍ରେଣ୍ଡରେ ରହିଛି ଏବଂ ପାକିସ୍ତାନର ଲୋକମାନେ ଟ୍ୱିଟ୍ କରୁଛନ୍ତି ଯେ ରାତିରେ ଭାରତ ପୁଣି ଥରେ କିଛି ବଡ ଘଟଣା ଘଟାଇଛି ।

ପାକିସ୍ତାନର ଅନେକ ଟ୍ୱିଟର ବ୍ୟବହାରକାରୀ ଦାବି କରିଛନ୍ତି ଯେ ମଙ୍ଗଳବାର ରାତିରେ କରାଚିରେ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଥିବା ସମୟରେ ଆକାଶରେ କେବଳ ଯୁଦ୍ଧ ବିମାନ ହିଁ ବୁଲୁଥିଲା । ଲୋକମାନେ ଟ୍ୱିଟ କରି ଲେଖିଛନ୍ତି ଯେ କାଲି ରାତିରେ ଏପରି ଲାଗିଲା ଯେମିତି ଭାରତ ପୁଣି ଥରେ ବାଲାକୋଟ ଏୟାରଷ୍ଟ୍ରାଇକ୍ ଭଳି କିଛି ଘଟଣା ଘଟାଇଛି ।


କରାଚିର ବାସିନ୍ଦା ବୋଲି ଦାବି କରୁଥିବା ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ ମୁଁ ବିମାନବନ୍ଦରରେ ଜେଟ୍ ବିମାନ ଦେଖିଛି । ମୋତେ ଲାଗୁଛି ଯେ ଅନେକ ଯୁଦ୍ଧ ବିମାନ କରାଚି ଉପରେ ଉଡୁଛି ।


ଏହା ବ୍ୟତୀତ ପାକିସ୍ତାନୀ ସାମ୍ବାଦିକ ବଜ ଖାନ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି ଯେ ଭାରତ, ପାକିସ୍ତାନକୁ ସଫାଈ ଦେବା ଉଚିତ୍ କି ପ୍ରକୃତରେ ଏହା କଣ ଘଟୁଛି । କାରଣ କରାଚି ସହରରେ ଅନେକ ଗୁଜବ ପ୍ରଚାରିତ ହେଉଛି ଯାହା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ।


କେବଳ ଏତିକି ନୁହେଁ, କିଛି ଲୋକ ଭିଡିଓ ମଧ୍ୟ ଟୁଇଟ୍ କରିଛନ୍ତି । ଯଦିଓ ଏହାକୁ ନିଶ୍ଚିତ କରାଇବା କଷ୍ଟକର । ସୂଚନାଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କ ଆଡାକୁ ଟାର୍ଗେଟ କରିଥିଲା ଏବଂ ସେତେବେଳେ ମଧ୍ୟରାତ୍ରିରେ ପାକିସ୍ତାନର ବାୟୁସେନା କିଛି ବି କରିପାରି ନଥିଲା ।


ପାକିସ୍ତାନର ଲୋକମାନେ ଏଭଳି ଟ୍ୱିଟ୍ କରିବା ପରେ ଭାରତର ଟ୍ୱିଟର ୟୁଜରମାନେ ଏହାକୁ ବହୁତ ଉପଭୋଗ କରିଥିଲେ ଏବଂ ପୁଣି ଥରେ ପାକିସ୍ତାନକୁ ଏୟାରଷ୍ଟ୍ରାଇକ, ସର୍ଜିକାଲ ଷ୍ଟ୍ରାଇକ ମନେ ପକାଇ ଦେଇଥିଲେ । ସୂଚନା ଅନୁଯାୟୀ ପାକିସ୍ତାନର ବାୟୁସେନା ଗତ କିଛି ଦିନ ହେବ କରାଚି ନିକଟରେ ଅଭ୍ୟାସ କରିଆସୁଛି । ଯେଉଁଥିରେ ବଡ଼ ବଡ ଯୁଦ୍ଧ ବିମାନ ଉଡ଼ାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.