ପୁଣିଥରେ ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା କୈଫ୍‌, କଲେ ଏହି ଘୋଷଣା

ଲକ୍‌ଡାଉନ୍‌ ଯୋଗୁ ଅଭାବ ଅନଟନରେ ଥିବା ବ୍ୟକ୍ତିଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି କ୍ୟାଟ୍ରିନା କୈଫ୍‌। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍‌ ‘କାୟ ବ୍ୟୁଟି’ ମାଧ୍ୟମରେ ଦୈନିକ ବେତନ ଭୋଗୀଙ୍କୁ ସାହାଯ୍ୟ କରିଛନ୍ତି। ଏନେଇ ମଙ୍ଗଳବାର ଦିନ ସେ ଘୋଷଣା କରିଛନ୍ତି।

Latest Bollywood News: Alia Bhatt meets Mahesh Bhatt, first ...

ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ କ୍ୟାଟ୍ରିନା ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ସାହାଯ୍ୟ କରିଥିଲେ। ମଙ୍ଗଳବାର ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସୂଚନା ଦେଇଛନ୍ତି। ଏକ ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘କାୟ ବ୍ୟୁଟି ଓ ଦେହାତ ଫାଉଣ୍ଡେସନ୍‌ #KareWithKayBeauty ପାଇଁ ପୁଣିଥରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଆମେ ଏକାଠି ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଆଖପାଖ ଗାଁରେ ରହୁଥିବା ଦିନ ମଜୁରିଆଙ୍କୁ ସାହାଯ୍ୟ କରିଛୁ। ଏହି ପ୍ୟାକେଟ୍‌ରେ ଖାଦ୍ୟ ଓ ସାନିଟାରୀ ସାମଗ୍ରୀ ଆଦି ରହିଛି।

କେବଳ କ୍ୟାଟ୍ରିନା ନୁହେଁ ପ୍ରିୟଙ୍କା ଚୋପ୍ରା ମଧ୍ୟ କରୋନା ଯୋଦ୍ଧାଙ୍କୁ ୧୦ ହଜାର ଜୋତା ଦେବାକୁ ଘୋଷଣା କରିଛନ୍ତି। କଳାକାରମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ସୋନୁ ସୁଦ୍‌, ସଲମାନ ଖାନ୍‌, ଶାହାରୁଖ ଖାନ୍‌ ପ୍ରମୁଖ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। କରୋନା ସ୍ଥିତିରେ ଲୋକମାନେ ମଧ୍ୟ ଯଥାସାଧ୍ୟ ଅସହାୟଙ୍କୁ ସାହାଯ୍ୟ କରିବାକୁ କ୍ୟାଟ୍ରିନା ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.