Below header

ବିଶ୍ବର ସବୁଠାରୁ ଦାମୀ ମଦ, ଯାହାକୁ କିଣିବା ପାଇଁ ଆପଣଙ୍କୁ ନେବାକୁ ପଡିବ ଲୋନ୍

ମଦ ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ । ତଥାପି ଏହି ଅଭ୍ୟାସର ଅକ୍ତିଆରରେ ଅନେକ ଲୋକ । ତେବେ ଆଜି ଆମେ ଏମିତି କିଛି ବ୍ରାଣ୍ଡର ମଦ ବିଷୟରେ କହିବୁ ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଏପରିକି ଏହି ମଦ କିଣିବାକୁ ହେଲେ ଆପଣଙ୍କୁ ଲୋନ୍ ନେବାକୁ ପଡିବ । ଆସନ୍ତୁ ଜାଣବି ବିଶ୍ବର କିଛି ଦାମୀ ମଦ ବିଷୟରେ ।

ଜେ ବେରୀ ଆଣ୍ଡ ନେଫ୍ୟୁ , ରମ୍ :
ଏହା ଏମିତି ରମ୍ ଯାହା ବିଶ୍ବର ସବୁଠାରୁ ଦାମୀ ରମ୍ । ଏହାର ଗୋଟିଏ ବୋତଲର ଦାମ୍ ପ୍ରାୟ ୩୫ କୋଟି । ତେବେ ଦୁନିଆରେ ମାତ୍ର ୪ ଟି ବୋତଲ ହିଁ ଏହି ରମ୍ ଅଛି ।

ବ୍ରିୟୁୟିଙ୍ଗ୍ ଆଣ୍ଟାର୍କଟିକ୍ ନେଲ୍ ଏଲ୍ , ବିୟର :
ଏହି ବିୟରର ଦାମ୍ ହେଉଛି ୧.୨ ଲକ୍ଷ ଟଙ୍କା । ଏହି ବିୟରରୁ ମାତ୍ର ୩୦ ବୋତଲ ହିଁ ବିଶ୍ବରେ ବାକି ଅଛି ।

ମେକଲନ୍ ସିଙ୍ଗଲ୍ ମୋଲ୍ଟ , ହ୍ବିସ୍କି :
ଏହା ବିଶ୍ବର ସବୁଠାରୁ ମହଙ୍ଗା ସ୍କଚ୍ ହ୍ବିସ୍କି । ଏହି ହ୍ବିସ୍କିର ଗୋଟିଏ ବୋତଲର ଦାମ୍ ପ୍ରାୟ ୨୯ ଲକ୍ଷ ଟଙ୍କା ।

ସ୍କ୍ରିମିଙ୍ଗ୍ ଇଗଲ କ୍ୟାର୍ବନେଟ୍ , ରେଡ୍ ୱାଇନ୍ :
ବିଶ୍ବର ସବୁଠାରୁ ଦାମୀ ରେଡ୍ ୱାଇନ୍ ହେଉଛି ସ୍କ୍ରିମିଙ୍ଗ୍ ଇଗଲ କ୍ୟାର୍ବନେଟ୍ । ଏହାର ଗୋଟିଏ ବୋତଲର ଦାମ୍ ହେଉଛି ୩.୨ କୋଟି ।

ବିଲିନେୟର୍, ଭୋଡକା:
ବିଶ୍ବର ସବୁଠାରୁ ଦାମୀ ଏହି ଭୋଡକାର ଦାମ୍ ହେଉଛି ୨୪ କୋଟି ଟଙ୍କା । ଏହାର ବୋତଲରେ ୩ହଜାର ହୀରା ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.