Below header

ମା’ ହେଲେ ଏକତା କପୁର, କୋଳକୁ ଆସିଲା ପୁତ୍ର ସନ୍ତାନ

ବଲିଉଡ୍ ପାଇଁ ଆସିଛି ଏକ ଖୁସି ଖବର । ମା’ ହୋଇଛନ୍ତି ଏକତା କପୁର । ଏକତାଙ୍କ କୋଳକୁ ଆସିଛି ଶିଶୁ ପୁତ୍ର । ସରୋଗେସୀ ମାଧ୍ୟମରେ ଏକ ଶିଶୁ ପୁତ୍ରର ମା’ ହୋଇଛନ୍ତି ୪୩ ବର୍ଷୀୟା ଏକତା କପୁର । ସୂଚନା ଅନୁସାରେ, ପୁଅଟି ସୁସ୍ଥ ଅଛି ଏବଂ ଖୁବ୍‌ ଶୀଘ୍ର ଘରକୁ ଆସିବ ବୋଲି ଖବର ମିଳିଛି।

ଏହା ସହ ପଢନ୍ତୁ ଘର କିଣି ଠକାମୀରେ ପଡିଗଲେ ଆଲିୟା, ପ୍ରକୃତ ମୂଲ୍ୟର ଦେଇଛନ୍ତି ଦୁଇ ଗୁଣା ଟଙ୍କା

ଚଳିତ ମାସ ୨୭ ତାରିଖରେ ଏକତାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏକତାଙ୍କ ପୂର୍ବରୁ ଭାଇ ତୁଷାର କପୁର ୩ ବର୍ଷ ପୂର୍ବେ ସରୋଗେସୀ ମାଧ୍ୟମରେ ବାପା ହୋଇଥିଲେ । ୨୦୧୬ରେ ଜନ୍ମ ହୋଇଥିବା ତୁଷାରଙ୍କ ପୁଅ ନାଁ ହେଉଛି ଲକ୍ଷ । ଅନ୍ୟପଟେ ଦ୍ବିତୀୟ ଥର ପାଇଁ ଜେଜେ ହୋଇ ଖୁବ୍ ଖୁସି ଅଛନ୍ତି ଜିତେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.