ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ 

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ । ଲୋୟର ପିଏମ୍‌ଜିରେ ଜନସଭାକୁ ସମ୍ବୋଧିତ କରିବେ । ଦିଲ୍ଲୀ ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିପାରନ୍ତି କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଏକ ବାଇକ ରାଲିରେ ରାଜ୍ୟ ଅତିଥି ଭବନ ପର‌୍ୟ୍ୟନ୍ତ ନିଆଯାଇଛି । ସେଠାରେ ଦଳର ପଦାଧିକାରୀ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଭେଟିବା ପରେ, ଦିନ ସାଢେ ୧ଟାରେ ଲୋୟର ପିଏମ୍‌ଜିରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ତାଙ୍କ ସହ ଅନ୍ୟ କେତେକ ଜାତୀୟ ସ୍ତରରେ ନେତା ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବେ । ସେଠାରେ ଧାରଣାରେ ବସିଥିବା ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବେ କେଜ୍ରିୱାଲ । ଏହାପରେ ଦଳର ରାଜ୍ୟ କାର‌୍ୟ୍ୟାଳୟକୁ ବୁଲିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଫେରିଯିବେ । କେଜ୍ରିୱାଲଙ୍କ ଗସ୍ତ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.