Below header

ଗୁଟ୍‌ଖା ବିକିବାକୁ ଟ୍ରେନରେ ଯୁବକ ଲଗାଇଲେ ଏମିତି ଆଓ୍ଵାଜ, ଶୁଣିଲେ ଆପଣ ହସି ହସି ଗଡ଼ିଯିବେ, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ : ଇଣ୍ଟରନେଟ ଦୁନିଆରେ କୌଣସି କଥା କେଉଁଠି ଲୁଚି ରହୁନାହିଁ । ସବୁ ସହଜରେ ଚାଲି ଆସୁଛି ଲୋକଲୋଚନକୁ । ପ୍ରତିଦିନ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ ହେଉଛି । ତେବେ ଏମିତି କିଛି ଭିଡ଼ିଓ ରହିଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି । ପାନ,ବିଡ଼ି ଓ ଗୁଟଖା ଆଦି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାନସର ଆଦି ବିଭିନ୍ନ ରୋଗ ହେବା ନେଇ ଏଥିରେ ବୈଧାନିକ ସତର୍କତା ମଧ୍ୟ ଲେଖାଯାଇଛି । ହେଲେ ତଥାପି ଏହାର ବିକ୍ରି ଚାଲିଛି ଓ ଲୋକେ ଏହାକୁ ଖାଉଛନ୍ତି । ଗୁଟଖା ଆଦି ଦ୍ରବ୍ୟ ଏବେ ଟ୍ରେନରେ ମଧ୍ୟ ବିକ୍ରି ହେଉଛି । ରେଳ ଷ୍ଟେସନରେ ଗୁଟଖାକୁ ବିକ୍ରି କରିବାର ଏକ ମଜାଦାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯୁବକ ଜଣକ ରେଳ ଷ୍ଟେସନରେ ଏକ ମଜାଦାର ତରିକାରେ ଗୁଟଖା ବକିବାର ଦେଖାଯାଉଛନ୍ତି । ଯୁବକ ଜଣକ ଡାକ ଛାଡୁଛନ୍ତି- ‘‘ ଜହର ଲେ ଲୋ, ଗୁଟଖା ଖା କର ମରୋ, ବାବା ରାମ ରହିମ କା ଗୁଟଖା, ଏକ ମହିନୋ ମେ କ୍ୟାନସର ହୋ ଯାଏଗା । ହେ କୋଇ ଯୋ ଗୁଟଖା ଖା କର ମରନା ଚାହତା ହେ । ଚଲିଏ ସବ ଆପନା ହାତ ଉଠାଇଏ ।’’

ପ୍ରକୃତ କଥା ହେଲା ଯେ ଯୁବକ ଜଣକ ଗୁଟଖା ବିକ୍ରି କରୁନଥିଲେ । ଏହାର ହାନିକାରକ ଗୁଣ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଥିଲେ । ଲୋକଙ୍କୁ ଗୁଟଖା ସମ୍ପର୍କରେ ସଚେତନ କରିବାର ଏହି ମଜାଦାର ତରିକା ଆପଣେଇଥିଲେ । ସେ ଆହୁରି ଡାକୁଥିଲେ –‘‘ କିସି କି ପ୍ରେମିକା ନେ ଧୋକା ଦିଆ ତୋ କହିଁ ଜାନେ କି ଜରୁରତ ନେହିଁ । ମରନେ କା ସୌକ ହେ ତୋ ସିଧେ ମେରେ ପାସ ଆଇଏ । ’’ ଯୁବକଙ୍କର ସଚେତନ କରିବାର ଏହି ମଜାଦାର ତରିକାକୁ ବେଶ ପସନ୍ଦ କରିଛନ୍ତି ଲୋକେ ।

video credit : rupin sharma IPS

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଆଇପିଏସ ଅଫିସର ରୁପେନ ଶର୍ମା ନିଜ ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓକୁ କିଛି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ମନ ଭରି କମେଣ୍ଟ ମଧ୍ୟ ଦେଇଥିବାର ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.