ମା’ ଦେଲା ଭୟଙ୍କର ଦଣ୍ଡ! ପୁଅର ଗଞ୍ଜେଇ ନିଶା ଛଡ଼ାଇବା ପାଇଁ ମୁହଁରେ ବୋଳିଦେଲା ଲଙ୍କାଗୁଣ୍ଡ…ଦେଖନ୍ତୁ କେମିତି ଯନ୍ତ୍ରଣାରେ ଛଟପଟ ହେଉଛି ନାବାଳକ

ଦ୍ରୁତ ଗତିରେ ବଦଳୁଥିବା ଆଧୁନିକ ସମାଜରେ ଯୁବପିଢ଼ି ବହୁତ ଜଲ୍‌ଦି ନିଶା କବଳରେ ଫସି ଯାଉଛନ୍ତି। ଖୁବ୍‌ କମ୍‌ ବୟସର ପିଲାମାନେ ଲୁଚିଛପି ସାଙ୍ଗସାଥୀ ମେଳରେ ମଦ, ସିଗାରେଟ୍‌ ପିଇବାକୁ ପଛାଉ ନାହାନ୍ତି। କିନ୍ତୁ ସେମାନଙ୍କୁ ଜଣାପଡ଼ି ନ ଥାଏ ଯେ ଏହାର ପରିଣାମ ପରବର୍ତ୍ତୀ ସମୟରେ ସେମାନଙ୍କର ହିଁ ପରିବାରକୁ ଭୋଗିବାକୁ ପଡ଼ିଥାଏ।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି, ଗଞ୍ଜେଇ ନିଶାରେ ପଡ଼ି ଯାଇଥିବା ଜଣେ ନାବାଳକକୁ ତା’ର ମା’ ଭୟଙ୍କର ଦଣ୍ଡ ଦେଉଛି। ମା’ ଜଣକ ନିଜ ପୁଅର ଏଭଳି କୁଅଭ୍ୟାସ ଛଡ଼ାଇବା ପାଇଁ ତା’ ମୁହଁରେ ଲଙ୍କାଗୁଣ୍ଡ ବୋଳି ଦେଉଛି, ଆଉ ଏହାପରେ ନାବାଳକ ଯନ୍ତ୍ରଣାରେ ଛଟପଟ ହେଉଛି।

ନିଶାରୁ ବାହାରିବା କୌଣସି ବି ନିଶାଗ୍ରସ୍ତ ବ୍ୟକ୍ତି ପାଇଁ ସହଜ କାମ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ନିଶା ଛଡ଼ାଇବା ପାଇଁ ଯେଭଳି ଉପାୟ ଆପଣା ଯାଇଛି, କେହି କେହି ଏହାକୁ ପସନ୍ଦ କରିଥିବା ବେଳେ ଆଉ କେହି ନାପସନ୍ଦ କରିଛନ୍ତି। ସାଧାରଣତଃ ଦେଖାଯାଏ, ନିଶାଗ୍ରସ୍ତ ଯୁବକମାନେ ନିଜ ପରିବାରକୁ ଲୁଚେଇ ନିଶା ସେବନ କରି ଥାଆନ୍ତି। ଆଉ ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଆନ୍ତି, ତ ସେମାନେ ପିଲାକୁ ସୁଧାରିବାକୁ ଶତଚେଷ୍ଟା କରନ୍ତି।

ଭାଇରାଲ ଭିଡିଓଟି ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ବୋଲି କୁହାଯାଉଛି। ଏଥିରେ ଏକ ବର୍ଷ ଧରି ନିଶା ସେବନ କରି ଆସୁଥିବା ନାବାଳକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦିଆଯାଇଛି। ନିଶା ଅଭ୍ୟାସ ଛଡ଼ାଇବା ପାଇଁ ତା’ର ମା’ ତାକୁ ପିଟୁଛି ଏବଂ ମୁହଁରେ ଲଙ୍କାଗୁଣ୍ଡ ବୋଳି ଦେଉଛି। ଏହି ସମୟରେ ଅନ୍ୟ ଜଣେ ମହିଳା ମଧ୍ୟ ଦୌଡ଼ି ଆସି ନାବାଳକଙ୍କ ହାତକୁ କଷି କରି ଧରୁଛନ୍ତି। ଭିଡିଓରେ ଅସହନୀୟ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳକଙ୍କ ଚିତ୍କାର ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସତରେ କ’ଣ ଜଣେ ମା’ ତା’ର ପୁଅକୁ ଏମିତି ଦଣ୍ଡ ଦେଇପାରେ? ତେବେ ଏହି ଭିଡିଓ କିନ୍ତୁ ନିଶାଗ୍ରସ୍ତ ଲୋକଙ୍କ ପାଇଁ ଉଚିତ ଶିକ୍ଷା ବୋଲି ଅନେକ ଲୋକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.