ମୃତ୍ୟୁ ମୁହଁରୁ ପିଲାକୁ ଟାଣି ଆଣିଲେ ମା’, ଦେଖନ୍ତୁ ସେହି ମୁହୂର୍ତ୍ତର ଭାଇରାଲ୍ ଭିଡିଓ

ବେଳେବେଳେ ଶୁଣିବାକୁ ମିଳିଥାଏ ଯେ ମା ନିଜ ଜନ୍ମ କଲା ଛୁଆକୁ ପରିସ୍ଥିତିରେ ପଡି ବିକ୍ରି କରିଦେଉଛି ତ ଆଉ କେଉଁଠି ମା’ ଜନ୍ମ କରି ପିଲାକୁ ଫୋପାଡି ଦେଉଛି। ତେବେ ଦୁନିଆରେ ମା’ର ମମତା ଏବଂ ସ୍ନେହ ଆଗରେ ସବୁ ମୂଲ୍ୟ ହୀନ। ଏମିତି ଏକ ମା’ ବିଷୟରେ କହିବାକୁ ଯାଉଛୁ ଯିଏ କି ଚାରି ମହଲାର ବାଲକୋନିରୁ ପଡି ଯାଉଥିବା ନିଜର ଛୋଟ ପୁଅଟିର ଜୀବନ ବଞ୍ଚାଇବା ପାଇଁ ସୁପର ୱମେନ ହୋଇଯାଇଛନ୍ତି।

କୋଲମ୍ବିଆର ମେଡେଲିନର ଏହି ମହିଳାଙ୍କର ନଜର ଯେତେବେଳେ ତାଙ୍କ ଛୋଟ ପୁଅ ଉପରେ ପଡିଲା ତେବେ ସେ ଦେଖିଲେ ଯେ ତାଙ୍କ ପୁଅ ରେଲିଂରୁ ତଳକୁ ପଡିଯାଉଥିଲେ। ଠିକ ଏହି ସମୟରେ ମହିଳା ଜଣଙ୍କ ଡେଇଁପଡି ତାର ହାତକୁ ଧରି ପକାଇଲେ।

ଏହାପରେ ତାକୁ ଉପରକୁ ଉଠାଇବାକୁ ଚେଷ୍ଟା କଲେ। ଏହି ସମୟରେ ବିଲ୍ଡିଂରୁ ଅନେକ ମହିଳା ମଧ୍ୟ ସେଠାରେ ପହଁଚିଗଲେ। ମହିଳାଙ୍କର ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ ମହିଳାଙ୍କର ଏହି କାମ ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସା ମିଳୁଛି।

Leave A Reply

Your email address will not be published.