ମୁମ୍ବାଇରେ ୨୫୦ କିଲୋ କାଗଜରେ ତିଆରି ହୋଇଛି ଇକୋଫ୍ରେଣ୍ଡଲି ମୂର୍ତ୍ତି, ନାମ ରଖା ଯାଇଛି ଏଲଫିନ୍‌ଷ୍ଟନ୍‌ ରାଜା

ଗଜାନନଙ୍କ ପୂଜା ମହାରାଷ୍ଟ୍ରରେ ବହୁତ ପ୍ରସିଦ୍ଧ । ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ପୂଜା ବହୁତ ଜୋରସୋରରେ ଚାଲିଛି । ଏଥର ପୂଜାରେ ଗଣେଶଙ୍କ ଇକୋଫ୍ରେଣ୍ଡଲି ମୂର୍ତ୍ତି ଦେଖିବା ପାଇଁ ମିଳିଛି । ବହୁ ସଂଖ୍ୟାରେ ଲୋକେ ଗଣେଶଙ୍କ ଏହି ମୂର୍ତ୍ତି ଘରକୁ ଆଣିଛନ୍ତି ।

ଗଜାନନଙ୍କ ପୂଜା ମହାରାଷ୍ଟ୍ରରେ ବହୁତ ପ୍ରସିଦ୍ଧ । ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ପୂଜା ବହୁତ ଜୋରସୋରରେ ଚାଲିଛି । ଏଥର ପୂଜାରେ ଗଣେଶଙ୍କ ଇକୋଫ୍ରେଣ୍ଡଲି ମୂର୍ତ୍ତି ଦେଖିବା ପାଇଁ ମିଳିଛି । ବହୁ ସଂଖ୍ୟାରେ ଲୋକେ ଗଣେଶଙ୍କ ଏହି ମୂର୍ତ୍ତି ଘରକୁ ଆଣିଛନ୍ତି । ଏହା ସହ ଅନେକ ମଣ୍ଡପରେ ମଧ୍ୟ ଗଣେଶଙ୍କଏଭଳି ପ୍ରତିମା ପୂଜା ହେଉଥିବା ଦେଖିବା ପାଇଁ ମିଳିଛି ।

ଏହିଥର ଏଲଫିନ୍‌ଷ୍ଟନ୍‌ ରାଜାଙ୍କ ପ୍ରତିମୂର୍ତ୍ତିର ବହୁତ ଚର୍ଚ୍ଚା ହେଉଛି । ଏହି ପ୍ରତିମା ୨୦୦ ରୁ ୨୫୦ କିଲୋ କାଗଜରେ ତିଆରି ହୋଇଛି । ୧୮ ଫୁଟ୍‌ର ଏହି ମୂର୍ତ୍ତି ତିଆରି ହେବା ପାଇଁ ପ୍ରାୟ ୩ ମାସ ଲାଗିଥିବା ଜଣାଯାଇଛି । ଗଣେଶଙ୍କୁ କୃଷ୍ଣଙ୍କ ଅବତାରରେ ଏବଂ ଶେଷନାଗ କାଳିଆର ମର୍ଦ୍ଦନ କରୁଥିବା ଦେଖିବା ପାଇଁ ମିଳିଛି । ଗଣେଶଙ୍କ ସହ ସମ୍ପୂର୍ଣ୍ଣ ମୂର୍ତ୍ତିର ଉଚ୍ଚତା ପ୍ରାୟ ୨୨ ଫୁଟ୍‌ ହେବ ବୋଲି ଦେଖାଯାଇଛି ।

ଇକୋଫ୍ରେଣ୍ଡଲି ମୂର୍ତ୍ତି ପୁରା ୧୧ ଦିନ ପର୍ଯ୍ୟନ୍ତ ମଣ୍ଡପରେ ପୂଜା ପାଇବେ । ଗଣେଶଙ୍କ ଏହି ମୂର୍ତ୍ତିର ଖାସ୍‌ ଭାବେ ଧ୍ୟାନ ରଖିବା ପାଇଁ ପୂଜା ମଣ୍ଡପରେ ଏସିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ବଡ ମୂର୍ତ୍ତି ପାଖରେ ଏକ ଛୋଟ ମୂର୍ତ୍ତି ରଖାଯାଇଛି । ଯେଉଁଥିରେ ପ୍ରାଣ ପ୍ରତିଷ୍ଠା କରାଯାଇ ସହଜରେ ପୂଜାଅର୍ଚ୍ଚନା କରାଯାଇପାରିବ ।

ପ୍ରତି ବର୍ଷ ଇକୋଫ୍ରେଣ୍ଡଲି ମୂର୍ତ୍ତି ଗିର୍ଗାମ ଚାଉପାଟିରେ ବିସର୍ଜନ କରାଯାଏ ବୋଲି ମଣ୍ଡପର ସୁଧୀର ସୋନାଓ୍ଵାନେ କହିଛନ୍ତି । ଯେହେତୁ ମୂର୍ତ୍ତିଟି କାଗଜରେ ତିଆରି ହୋଇଥାଏ ଏହା ବହୁତ ଶୀଘ୍ର ପାଣିରେ ମିଶିଯାଏ । ତେଣୁ ଏହା ପରିବେଶ ପାଇଁ ଅନୁକୂଳ ହୋଇଥାଏ । ସୁଧୀର କହିଛିନ୍ତି ଯେ ଏଭଳି ମୂର୍ତ୍ତି ପ୍ରାୟ ୩ ବର୍ଷ ହେବ ଏଠାରେ ତିଆରି ହେଉଛି । ଯେବେ ଠାରୁ କରୋନା ହେଲାଣି ସେବେ ଠାରୁ ଏହି ମୁର୍ତ୍ତି କାଗଜରେ ତିଆରି ହେଉଛି ।

ସୁଧୀରଙ୍କ କହିବା ଅନୁସାରେ ଏହି ମୁର୍ତ୍ତି ଜରିଆରେ ପରିବେଶରେ ପଲିଥିନ୍‌ ଓ ପ୍ଲାଷ୍ଟିରୁ ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଇବା ଏହାର ଲକ୍ଷ୍ୟ । ଏହି ମଣ୍ଡପରେ ଅନେକ ସାମାଜିକ ବାର୍ତ୍ତାମାନ ମଧ୍ୟ ଲେଖାଯାଇଛି ଯାହାକି ଲୋକଙ୍କୁ ସଚେତନ କରାଇବ । ଏହି ମଣ୍ଡପର ଅଧ୍ୟକ୍ଷ ସଂଙ୍କେତ ଧୁରି କରିଛନ୍ତି ଯେ କାଗଜରେ ଏହି ମୁର୍ତ୍ତି ପ୍ରାୟ ୬ ମାସ ପୂର୍ବରୁ ତିଆରି ହୋଇଥାଏ । ଚକିତ ବର୍ଷ ଗଣେଶଙ୍କୁ କୃଷ୍ଣ ଅବତାରରେ ତିଆରି କରାଯାଇଥବା ବେଳେ ଗତ ବର୍ଷ ଗଣେଶଙ୍କୁ ରାମ ଅବତାରରେ ତିଆରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.