Below header

କ୍ଷୀରରେ ମଖାନାକୁ ଫୁଟାଇ ଖାଇଲେ ଶରୀରକୁ ମିଳିଥାଏ ଏହି ୫ ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କଣ

ଆପଣଙ୍କୁ ବୋଧହୁଏ ଜଣାନଥିବ ଯେ କ୍ଷୀରରେ ମଖାନା ମିଶାଇ ଖାଇବା ଶରୀର ପାଇଁ ବହୁତ ଲାଭ ହୋଇଥାଏ ।

କ୍ଷୀର ଶରୀର ପାଇଁ ବହୁତ ଲାଭଦାୟକ ଏହା ଆମେ ସମସ୍ତେ ଜାଣିଛନ୍ତି । କ୍ଷୀରରେ କ୍ୟାଲସିୟମ ଏବଂ ମିନେରାଲ୍ସ ଭଳି ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ଲାଭ ଦେଇଥାଏ । ହେଲେ ଆପଣ ଜାଣିଛନ୍ତି କି, କ୍ଷୀର ଓ ମଖାନା ମିଶାଇ ଖାଇବା ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ । ଆପଣଙ୍କୁ ବୋଧହୁଏ ଜଣାନଥିବ ଯେ କ୍ଷୀରରେ ମଖାନା ମିଶାଇ ଖାଇବା ଶରୀର ପାଇଁ ବହୁତ ଲାଭ ହୋଇଥାଏ ।

ମଖାନା ଶରୀର ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ । ଏଥିରେ ସୋଡିୟମ୍‌, କ୍ୟାଲୋରୀ ଏବଂ ଫ୍ୟାଟ ମାତ୍ରା କମ୍‌ ରହିଥାଏ । ମଖାନାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ପ୍ରୋଟିନ୍‌ ଭଳି ଗୁଣ ପ୍ରଚୁର ମାତ୍ରାରେ ରହିଥାଏ। କ୍ଷୀରରେ ମଖାନା ଫୁଟାଇ ଖାଇବା ଦ୍ୱାରା ଶରୀରରେ ଏନିମିୟା ର ଅଭାବକୁ ଦୂର କରାଯାଇପାରେ । ତେବେ ଯେଉଁମାନଙ୍କ ଶରୀରରେ ରକ୍ତର ଅଭାବ ରହିଛି, ସେମାନଙ୍କ ପାଇଁ ଏହାକୁ ଖାଇବା ବହୁତ ଭଲ ହୋଇଥାଏ । କେବଳ ଏତିକି ନୁହେଁ ମଖାନା ଓ କ୍ଷୀର ସେବନ କରିବା ଦ୍ୱାରା ଏନର୍ଜିକୁ ମଧ୍ୟ ବୁଷ୍ଟ କରାଯାଇପାରେ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା କ୍ଷୀର ଓ ମଖାନା ଫୁଟାଇ ଖାଇବା ଦ୍ୱାରା ଶରୀରକୁ କଣ କଣ ସବୁ ଫାଇଦା ମିଳିଥାଏ ।

ହୃଦୟ :

କ୍ଷୀର ଓ ମଖାନା ଫୁଟାଇ ଖାଇବା ଦ୍ୱାରା ହାର୍ଟ ହେଲ୍ଦି ରହିଥାଏ । ମଖାନାରେ ଆଲ୍କାଲାଇଡ ନାମକ ତତ୍ତ୍ୱ ରହିଥାଏ । ଏଥିରେ କିଛି ଖାସ୍‌ ପୋଷକ ତତ୍ତ୍ୱ ମିଳିଥାଏ ଯାହା ହୃଦ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ ।

ଚିନ୍ତା ଓ ଅବସାଦ :

ଅଧିକ ଚିନ୍ତାରେ ରହୁଥିଲେ ମଖାନା ସେବନ କରିବା ଉଚିତ୍‌ । ରାତିରେ ଶୋଇବା ପୂର୍ବରୁ କ୍ଷୀର ଓ ମଖାନା ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଅଧିକ ଚିନ୍ତାକୁ ଦୂର କରାଯାଇହେବ ।

କବ୍ଜ :

ଆପଣ କବ୍ଜ ସମସ୍ୟାରେ ଚିନ୍ତିତ ଅଛନ୍ତି କି ତେବେ କ୍ଷୀର ଏବଂ ମଖାନା ସେବନ କରନ୍ତୁ । ମଖାନାରେ ବହୁତ ମାତ୍ରାରେ ଫାଇବର ଗୁଣ ମିଳିଥାଏ । ଏଥିରେ କେବଳ ଫାଇବର ନୁହେଁ ବରଂ କ୍ୟାଲସିୟମ୍‌ର ତତ୍ତ୍ୱ ମଧ୍ୟ ମିଳିଥାଏ । ଯାହା ପେଟ ଗ୍ୟାସ୍‌ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆଣ୍ଠୁ ଗଣ୍ଠି :

କ୍ଷୀର ଓ ମଖାନାରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍‌ ମିଳିଥାଏ । ଏହି ଦୁଇଟିକୁ ମିଶାଇ ଖାଇବା ଦ୍ୱାରା ଦୁର୍ବଳ ଅସ୍ଥି ସମସ୍ୟା ଠାରୁ ମୁକ୍ତି ମିଳିପାରିବ ।

ଏନର୍ଜି :

ଯଦି ଆପଣ ଶରୀରରେ ଦୁର୍ବଳତା ଏବଂ ଏନର୍ଜିର ଅଭାବ ଅନୁଭବ କରୁଛନ୍ତି, ତେବେ କ୍ଷୀର ଓ ମଖାନା ଖାଇ ପାରିବେ । ମଖାନା ଓ କ୍ଷୀରରେ ପ୍ରୋଟିନ୍‌ ଏବଂ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ମିଳିଥାଏ । ଯାହା ଶରୀରକୁ ଶକ୍ତି ଦେବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.