Below header

ଖନନରୁ ମିଳିଲା ୪୦୦୦ ବର୍ଷ ତଳର ରହସ୍ୟମୟ କଙ୍କାଳ , ପୋତାଯାଇଥିବା ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ ..

ସାଧାରଣତଃ ମାଟି ଖୋଲିଲା ବେଳେ ଏଭଳି କିଛି ରହସ୍ୟମୟ ଜିନିଷ ମିଳିଥାଏ ଯାହା ଲୋକମାନଙ୍କୁ ଭାବିବାକୁ ବାଧ୍ୟ କରିଦେଇଥାଏ । ଏଭଳି କିଛି ମିଳିଛି କଜାଖସ୍ଥାନରେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଏଠାରେ ମାଟି ଖୋଲିବା ସମୟରେ ମିଳିଛି ୪୦୦୦ ବର୍ଷ ପୁରୁଣା ଏକ ରହସ୍ୟମୟ କଙ୍କାଳ । ଏହାକୁ କବର ଦିଆଯାଇଥିବା ଶୈଳୀ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି କଙ୍କାଳ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କର ଅଟେ ଏବଂ ଏହାକୁ ଅଦ୍ଭୁତ ଭାବେ ସମାଧି ଦିଆଯାଇଥିଲା । ଏହି କଙ୍କାଳଙ୍କୁ ଦେଖିବା ପରେ ଏପରି ଲାଗୁଥିଲା ସତେ ଯେପରି ଜଣେ ଅନ୍ୟ ଜଣଙ୍କୁ ଚାହିଁ ରହିଛି । ପ୍ରତ୍ନତତ୍ତ୍ୱବିତ ମାନଙ୍କୁ ଏହି କବର ମଧ୍ୟରୁ ଗହଣା, ଚାଖୁ, ମୋତି ଏବଂ ପିତ୍ତଳ କଙ୍କଣ ଭଳି ଧାତୁ ମିଳିଥିଲା ।

ସୂଚନା ଅନୁଯାୟୀ ଏହି ରହସ୍ୟମୟ ସମାଧି କାଂସ୍ୟ ଯୁଗ (ଖ୍ରୀ.ପୂ.୧୨୦୦ ରୁ ୩୦୦୦ ଖ୍ରୀ.ପୂ .)ର ବୋଲି କୁହାଯାଉଛି । ପ୍ରତ୍ନତତ୍ତ୍ୱବିତ ଇଗୋର ଖୁକୁସ୍କିନଙ୍କ ମତରେ ଯେଉଁ ସମୟରେ ଏହି ସମଗ୍ର ଅଂଚଳରେ ସଂଘର୍ଷ ଚାଲିଥିଲା ସେହି ସମୟରେ ଏହି କଙ୍କାଳ ଜୀବିତ ଥିଲେ । ପୁରୁଷ ଏବଂ ମହିଳା କଙ୍କାଳ ମଧ୍ୟରେ କଣ ସମ୍ପର୍କ ଥିଲା ଏବଂ ସେମାନଙ୍କର ବୟସ କଣ ଥିଲା ସେ ବିଷୟରେ କିଛି ସୂଚନା ମିଳିପାରିନାହିଁ । କେବଳ ଏତିକି ଜଣାପଡିଛି ଯେ ସେମାନେ ଦୁଇଜଣ ଯୁବାବସ୍ଥାରେ ଥିଲେ । ଏହା ବ୍ୟତୀତ ବୈଜ୍ଞାନିକମାନଙ୍କୁ ଏହା ମଧ୍ୟ ଜଣାପଡିନାହିଁ ଯେ ଏମାନଙ୍କୁ ଏଭଳି ଅଦ୍ଭୁତ ଭାବେ କଣ ପାଇଁ କବର ଦିଆଯାଇଥିଲା ।

ଏହାସହ ପଢନ୍ତୁ ଅଜବ ରେକର୍ଡ ବନାଇଲା ଏହି ପଶୁ , ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

ସୂଚନା ଅନୁଯାୟୀ, ଏହି ସପ୍ତାହର ଆରମ୍ଭରେ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଏକ ଲୌହ ଯୁଗୀୟ ମହିଳାଙ୍କ କଙ୍କାଳ ମିଳିଥିଲା । ଯାହାକି ପଟାରେ ବନାଯାଇଥିବା ଏକ ପେଟି ମଧ୍ୟରେ କବର ଦିଆଯାଇଥିଲା । ସେହି ସମୟରେ ମହିଳାଙ୍କର ବୟସ ପାଖାପାଖି ୪୦ ବର୍ଷ ହୋଇଥିଲା ଏବଂ ତାଙ୍କୁ ବହୁତ ମୂଲ୍ୟବାନ ଗହଣା ଦ୍ୱାରା ସଜାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.