ପୁରୀର ପେଣ୍ଠକଟା ନିକଟରୁ ହରିଣ ଉଦ୍ଧାର, ବାଲୁଖଣ୍ଡ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କଲେ ଲାଇଫଗାର୍ଡ

ପୁରୀରୁ ଉଦ୍ଧାର ହେଲା ହରିଣ। ପେଣ୍ଠକଟା ଠାରେ ଥିବା ଜିଏମ ଲ’ କଲେଜ ପଛପାଖରୁ ସମୁଦ୍ର ମଧ୍ୟରୁ ଏହାକୁ ଉଦ୍ଧାର କରାଯାଇଛି। ବେଳାଭୂମିରେ ଥିବା ଲାଇଫଗାର୍ଡମାନେ ହରିଣକୁ ଉଦ୍ଧାର କରି ପୁରୀ- କୋଣାର୍କ ବେଳାଭୂମିର ବାଲୁଖଣ୍ଡ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି। ଖାଦ୍ୟ ଅନେ୍ଵଷଣରେ ହରିଣ ଜଙ୍ଗଲ ମଧ୍ୟରୁ ବେଳାଭୂମି ଆଡ଼କୁ ଚାଲିଆସିଥିବା ଅନୁମାନ କରାଯାଉଛି। ଫନି ବାତ୍ୟା ବେଳେ ବାଲୁଖଣ୍ଡ ଅଭୟାରଣ୍ୟରୁ ଅନେକ ହରିଣ ନିଖୋଜ ଥିଲେ। ଅନେକ ହରିଣ ବିଭିନ୍ନ ଗାଁରେ ଆଶ୍ରୟ ନେଇଥିବା ଅନୁମାନ କରାଯାଇଥିଲା। ପରେ ଡ୍ରୋନ ସହାୟତାରେ ଗୋଟିଏ ହରିଣ ପଲକୁ ଠାବ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.