ସହିଦ ସପ୍ତାହ ଶେଷଦିନରେ ଲାଗିଲା ମାଓ ବିରୋଧୀ ପୋଷ୍ଟର, ସହିଦ ଦିବସ ପାଳନ ନକରିବାକୁ ପୋଷ୍ଟରରେ ଉଲ୍ଲେଖ

ନକ୍ସଲ ସହିହ ସପ୍ତାହ ଶେଷରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରେ ମାଓ ବିରୋଧୀ ପୋଷ୍ଟଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ୍ ପିସ ଫୋର୍ସ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ଦିବସ ପାଳିବାକୁ ପୋଷ୍ଟରେ ଆହ୍ଵାନ ଦିଆଯାଇଛି। ମାଓବାଦୀମାନେ ଆଦିବାସୀଙ୍କ ହତ୍ୟାକାରୀ ଓ ବିକାଶ ବିରୋଧୀ। ସେମାନଙ୍କ ସହିଦ ଦିବସ ପାଳନ ନକରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ଏଥି ସହିତ ସହିଦ ଦିବସ ପାଳନ ବନ୍ଦ କରିବାକୁୁ ମାଓବାଦୀଙ୍କୁ ଚେତାବନୀ ଦିଆଯାଇଛି। ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ ନକରାଗଲେ ଜଙ୍ଗଲରେ ମାଓବାଦୀଙ୍କୁ ଖୋଜି ଖୋଜି ମାଡ଼ ମାରିବାକୁ ପୋଷ୍ଟରରେ ଚେତାବନୀ ଦିଆଯାଇଛି।