ନବରାତ୍ରିର ନବମୀ ତିଥି : ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା

ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ। ନବରାତ୍ରିର ପର୍ବରେ ମା’ ଦୁର୍ଗାଙ୍କ ୯ ଅଲଗା ଅଲଗା ରୂପରେ ପୂଜା କରାଯାଏ । ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ ।

ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ । ନବରାତ୍ରିର ପର୍ବରେ ମା’ ଦୁର୍ଗାଙ୍କ ୯ ଅଲଗା ଅଲଗା ରୂପରେ ପୂଜା କରାଯାଏ । ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି ।

ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।

ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ ।

ଶୁଭ ମୁହୂର୍ତ୍ତ : ମହାନବମୀରେ ମା’ଙ୍କ ପୂଜାର ଶୁଭ ମୁହୂର୍ତ୍ତ ଆଜି ସନ୍ଧ୍ୟା ୫ଟା ୪୪ ମିନିଟ ପର୍ଯ୍ୟନ୍ତ ରହିଛି । ପୂଜା କରିବା ପାଇଁ ସକାଳ ୬ଟା ୨୭ ମିନିଟରୁ ୭ଟା ୫୧ ମିନିଟ୍‌ ଏବଂ ଅପରାହ୍ନ ୧ଟାରୁ ୩୦ ମିନିଟରୁ ୨ଟା ୫୫ ମିନିଟ ପର୍ଯ୍ୟନ୍ତ ରହିଛି ।

ପୂଜା ବିଧି: ନବରାତ୍ରିର ନବମ ତିଥିରେ ମା’ଙ୍କୁ ବିଦାୟ ଦିଆଯାଏ । ଏହି ଦିନ ସକାଳୁ ସ୍ନାନ କରି ମା’ଙ୍କୁ ପ୍ରତିଷ୍ଠା କରି ସ୍ଥାପିତ କରିବ। ତା’ ପରେ ମା’ଙ୍କୁ ଫୁଲ ଅର୍ପଣ କରନ୍ତୁ। ଡାଳିମ୍ବ ଫଳ ଭୋଗ ଦିଅନ୍ତୁ । ନୈବେଦ ଚଢାନ୍ତୁ, ମିଷ୍ଠାନ, ପଂଚାମୃତ ଏବଂ ଘରେ ଏହ ଭୋଗ ଲଗାନ୍ତୁ। ଏହି ଦିନ ହୋମ କରନ୍ତୁ। ନବମୀ ଦିନରେ କନ୍ଯା ପୂଜନର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ ।

ମହତ୍ତ୍ବ: ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସିଦ୍ଧିଦାତ୍ରୀ ଶବ୍ଦର ଦୁଇଟି ଅର୍ଥ ରହିଛି । ପ୍ରଥ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ ଅର୍ଥ ଯିଏ ପ୍ରଦାନ କରେ । ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି । ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ବେଶରେ ନାରୀଙ୍କ ବେଶ ମା’ ସିଦ୍ଧିଦାତ୍ରୀଙ୍କର ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.