Below header

ନବଜାତକ ଜିତିଗଲା ଜୀବନ ଯୁଦ୍ଧ, ଜନ୍ମର ୨୦ ଦିନ ପରେ ହୋଇଥିଲା କରୋନା ସଂକ୍ରମିତ

ସାରା ଦେଶରେ କୋଭିଡ ମହାମାରୀ ଭିତରେ ଚଣ୍ଡୀଗଡ଼ରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ନବଜାତକ କରୋନାକୁ ମାତ ଦେଇ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି। ଖବରରୁ ଜଣାପଡ଼ିଛି, ଗୁରଦୀପ ସିଂ ଓ ତାଙ୍କ ସ୍ତ୍ରୀ ସନ୍ଦୀପ କୌର ଏପ୍ରିଲ ପ୍ରାରମ୍ଭରେ ଏକ ଶିଶୁପୁତ୍ରର ମାଆ, ବାପା ହୋଇଥିଲେ। କିନ୍ତୁ ଦୁଃଖ ସେତେବେଳେ ମାଡ଼ି ଆସିଥିଲା, ଯେତେବେଳେ ଜନ୍ମର ୨୦ ଦିନ ପରେ ଶିଶୁଟି କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା। ପ୍ରବଳ ଜ୍ୱର ସହିତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନବଜାତକ ସୁଖଦୀପ ଜୀବନ ଯୁଦ୍ଧରେ ଲଢ଼ୁଥିବା ବେଳେ ମାଆ ସନ୍ଦୀପ ନା ଶିଶୁକୁ ସ୍ତନପାନ କରାଇ ପାରୁଥିଲେ ନା ତାକୁ କୋଳେଇ ପାରୁଥିଲେ। ପରିବାର ପାଖରେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡ଼ା ଆଉ କିଛି ଉପାୟ ନ ଥିଲା। ହସ୍ପିଟାଲରେ ଭର୍ତ୍ତି ହେବାର ୧୦ ଦିନ ପରେ ଯେତେବେଳେ ନବଜାତକଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଗଲା, ତ ସେତେବେଳେ ବାପା, ମାଆଙ୍କର ଖୁସିର ଠିକଣା ରହି ନ ଥିଲା।

ଗୁରଦୀପ କହିଥିଲେ, ‘ଏମିତି ଲାଗୁଛି ଯେମିତି ଭଗବାନ ଆମ ପ୍ରାର୍ଥନା ଶୁଣି ନେଇଛନ୍ତି। ଶିଶୁପୁତ୍ର କୋଭିଡ ପଜିଟିଭ ବାହାରିବା ଆମ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କାହିଁକିନା, ଆମେ ବାପା, ମାଆ କେହି ସଂକ୍ରମିତ ନ ଥିଲୁ। ଆରଟି-ପିସିଆର ସମେତ ସମସ୍ତ ଚିକିତ୍ସା ଯାଞ୍ଚ ପରେ ସୁଖଦୀପଙ୍କୁ ଜଳନ୍ଧର ପିଆଇଏମଏସରୁ ଡିସଚାର୍ଜ କରି ଦିଆଯାଇଛି’।

ସେପଟେ ସୁଖଦୀପଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିଛନ୍ତି, ନବଜାତକର ମାମଲା ଆମ ପାଇଁ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଏହାଠାରୁ ବି ଅଧିକ କଠିନ ଥିଲା ତା’ର ମାଆ, ବାପାଙ୍କୁ ପରାମର୍ଶ ଦେବା। କିନ୍ତୁ ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ବୁଝିଥିଲେ ଏବଂ ଶିଶୁର ଚିକିତ୍ସାରେ ପୂରା ସହଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.