Below header

ଏମିତି ପୁଅ ସମସ୍ତଙ୍କୁ ମିଳୁ, ଅସୁସ୍ଥ ମା’କୁ କୋଳରେ ବୋହି ବୋହି ନେଲା ଡାକ୍ତରଖାନା

ଅସୁସ୍ଥ ଥିଲା ମା’ । ମାର ଦେହ ଅସୁସ୍ଥତା ଦେଖି ବ୍ୟସ୍ତ ହୋଇପଡ଼ିଥିଲା ପୁଅ। କଣ କରିବ ଭାବିପାରି ନଥିଲା । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରିବାକୁ ପାଖରେ ନଥିଲା ମୋବାଇଲ୍‌ । ମା’ଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିପାରିନଥିଲେ । ଅଟୋ ଭଡ଼ା ଦେଇ ଡାକ୍ତରଖାନା ନେବାକୁ ପୁଅ ପାଖରେ ନଥିଲା ଟଙ୍କା । ଶେଷରେ କୋଳରେ ବୋହି ବୋହି ନେଇ ମାକୁ ପହଞ୍ଚାଇ ଥିଲେ ଡାକ୍ତରଖାନା।

ପୁଅଟିଏ ପାଇବା ପାଇଁ ବାପା ମା କେତେ ଠାକୁରଙ୍କୁ ପୂଜା କରିଥାଆନ୍ତି । ପୁତ୍ର ସନ୍ତାନ ମିଳିବା ପରେ ବହୁତ ଖୁସି ହୋଇଯାଆନ୍ତି । ସେହି ପୁଅ ଯେତେବେଳେ ବଡ଼ ହୋଇଯାଏ ବାପା ମା’ଙ୍କର ଆଶା ଥାଏ ପୁଅ ବୃଦ୍ଧା କାଳେ ଆମର ସେବା ଯତ୍ନ କରିବ। କିନ୍ତୁ ଆଜିକାଲିର ପୁଅ ମାନେ ବାପା ମା ଚାହୁଁ ନଥିବା ବେଳେ ଏହି ପୁଅ ଜଣକ ତାଙ୍କ ମା ଙ୍କ ପାଇଁ ଯାହା କରିଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ।

ଅସୁସ୍ଥ ଥିଲା ମା’ । ମାର ଦେହ ଅସୁସ୍ଥତା ଦେଖି ବ୍ୟସ୍ତ ହୋଇପଡ଼ିଥିଲା ପୁଅ। କଣ କରିବ ଭାବିପାରି ନଥିଲା । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରିବାକୁ ପାଖରେ ନଥିଲା ମୋବାଇଲ୍‌ । ମା’ଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିପାରିନଥିଲେ । ଅଟୋ ଭଡ଼ା ଦେଇ ଡାକ୍ତରଖାନା ନେବାକୁ ପୁଅ ପାଖରେ ନଥିଲା ଟଙ୍କା । ଶେଷରେ କୋଳରେ ବୋହି ବୋହି ନେଇ ମାକୁ ପହଞ୍ଚାଇ ଥିଲେ ଡାକ୍ତରଖାନା । ସବୁଠୁ ବଡ଼ କଥା ହେଉଛି ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ଷ୍ଟ୍ରେଚର ମଧ୍ୟ ମିଳିନଥିଲା । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ଆଜମଗଡ଼ରେ ଘଟିଛି।

ସୁଚନା ମୁତାବିକ୍, ସିଦ୍ଧାରୀ ଥାନା ଅନ୍ତର୍ଗତ ଉଞ୍ଚି ଗୋଦାମ ଗାଁର ବାସିନ୍ଦା ବୃଦ୍ଧ। ମହିଳା ମୀନା ଅସୁସ୍ଥ ଥିଲେ । କିଛି ଦିନ ପୂର୍ବରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ପରିବାରରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ଗୋଡ଼ର ସଠିକ୍ ଚିକିତ୍ସା କରାଯାଇ ନଥିଲା ଫଳରେ ମୀନାଙ୍କ ଗୋଡ଼ ଠିକ୍ ହୋଇ ପାରିନଥିଲା । ହେଲେ ପରେ ମୀନାଙ୍କ ଗୋଡ଼ରେ ପୁଣି ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ମା’ର ଏହି ଯନ୍ତ୍ରଣାକୁ ସହ୍ୟ କରିପାରି ନଥିଲା ପୁଅ। ସେ ମାକୁ ସାଙ୍ଗରେ ଧରି ବାହାରିଥିଲା ଡାକ୍ତରଖାନା ନେବାକୁ ହେଲେ ତାକୁ ମିଳିନଥିଲା ଆମ୍ବୁଲାନ୍ସ। ଅଟୋ ଭଡ଼ା ଦେବାକୁ ବି ପାଖରେ ନଥିଲା ଟଙ୍କା । ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ପାଖରେ ମୋବାଇଲ୍ ମଧ୍ୟ ନଥିଲା। ପୁଅ ରବି ଅନ୍ୟ କିଛି ଉପାୟ ନପାଇ ମାକୁ କୋଳରେ ଧରି ଡାକ୍ତରଖାନା ନେଇଥିଲା। ହେଲେ ବଡ଼ ଦୁଃଖର ବିଷୟ ହସ୍ପିଟାଲରେ ପୁଅ ରବିକୁ ତାଙ୍କ ମାଙ୍କୁ ନେବା ପାଇଁ ଷ୍ଟ୍ରେଚର ମଧ୍ୟ ମିଳିନଥିଲା । ଯାହାର ଦୃଶ୍ୟ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି ।

ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହା ଉପରେ ତଦନ୍ତ ହେବା ନେଇ ଚିକିତ୍ସା ଅଧିକାରୀ କହିଥିବା ବେଳେ ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଷ୍ଟ୍ରେଚର ରହିଛି ତା ପରେ ମଧ୍ୟ ଏପରି ଅବହେଳା ହୋଇଛି ଏହା ଉପରେ ନିଶ୍ଚୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହ ଭିଡିଓ ଭାଇରାଲ୍‌ ହେବା ପରେ ଭିଡିଓଟି ଲୋକଙ୍କୁ ଭାବପ୍ରବଣ କରିଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ଗୋଟିଏ ଶଦ୍ଦ ଭଗବାନ୍‌ ଏଭଳି ପୁଅ ସମସ୍ତଙ୍କୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.