ରୁମ୍‌ ଭିତରେ ଭାସୁଥିଲା ରକ୍ତ, ନିଜ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଭାଇ ନିଜ ଭଉଣୀର ମୁଣ୍ଡରେ ଗୁଳି ମାରି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ।

ଭଉଣୀମାନଙ୍କ ପାଇଁ ଭାଇମାନେ ଅଧିକ ଚିନ୍ତା କରନ୍ତି । ଭଉଣୀର ସୁରକ୍ଷା ପାଇଁ ଭାଇମାନେ ସବୁକିଛି କରନ୍ତି । ଭଉଣୀ ଯଦି କିଛି ଭୁଲ କରେ ଭାଇମାନେ ବୁଝାନ୍ତି ଓ ଶାସନ କରନ୍ତି । ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଭାଇ ଯଦି ଭଉଣୀର ଜୀବନ ନିଏ ତେବେ ଭଉଣୀମାନେ ନିଜ ସୁରକ୍ଷା ପାଇଁ କେଉଁ ଆଡ଼େ ଯିବେ । ତେବେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି ।

ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଭାଇ ନିଜ ଭଉଣୀର ମୁଣ୍ଡରେ ଗୁଳି ମାରି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଅଭିଯୁକ୍ତ ଘଟଣା ଘଟାଉଥିବା ସମୟରେ ଉଭୟଙ୍କ ମା’ ଅନ୍ୟ ଏକ ରୁମରେ ରୋଷେଇ କରୁଥିଲେ । ଗୁଳିର ଶବ୍ଦ ଶୁଣିବା ପରେ ମା’ ଯେତେବେଳେ ସେହି ରୁମରେ ପହଞ୍ଚିଥିଲେ ସେତେବେଳେ ରୁମ୍‌ ଭିତରେ କେବଳ ରକ୍ତ ଭାସୁଥିଲା । ଏପରି ଅବସ୍ଥା ଦେଖିବା ପରେ ମୃତକର ମା’ଙ୍କ ହୋସ ଉଡ଼ି ଯାଇଥିଲା । ମୃତକ ମା’ଙ୍କ ଅଭିଯୋଗ ଅନୁସାରେ ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିଛି । ସମ୍ପୃକ୍ତ ଘଟଣା କୋତେଓ୍ଵାଲି ଥାନା ଅନ୍ତର୍ଗତ ଶେଖପୁରା କଦିମ ଗାଁରେ ଘଟିଯାଇଛି ।

ପୋଲିସ କହିବା ଅନୁସାରେ ମୃତକ ଯୁବତୀ ହେଉଛନ୍ତି ମୁସ୍କାନ । ସେ ଗତ ରବିବାର ରାତିରେ ତାଙ୍କ ଭାଇଙ୍କ ସହ ଘରେ ଥିଲେ । ସେ ମୋବାଇଲ ଫୋନ ବ୍ୟବହାର କରୁଥିବା ସମୟରେ ତାଙ୍କ ଭାଇ ଆଦିତ୍ୟ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଭାଇ ଆଦିତ୍ୟ ବନ୍ଧୁକ ବାହାର କରି ନିଜ ଭଉଣୀ ମୁଣ୍ଡରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ବନ୍ଧୁକ ଶବ୍ଦ ଶୁଣି ଦୁହିଁଙ୍କ ମା’ ଉକ୍ତ କୋଠରୀ ଆଡ଼କୁ ଦୌଡ଼ିଥିଲେ । ସେଠାରେ ମୁସ୍କାନଙ୍କ ମୁଣ୍ଡର ଧାର ଧାର ହୋଇ ରକ୍ତ ବୋହି ଯାଉଥିଲା ।

ମହିଳାଙ୍କ ଚିତ୍କାର ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ସାହାଯ୍ୟ ପାଇଁ ଦୌଡିଥିଲେ ଏବଂ ମୁସ୍କାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୁସ୍କାନ ଗାଁର ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କ ସହ କଥା ହେଉଥିଲା ଯେଉଁଥିପାଇଁ ତାର ଭାଇ ଆଦିତ୍ୟ ଏମିତି କାଣ୍ଡ କରିଛି ।

ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ମା ବବିତାଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏଏସପିଙ୍କ କହିବା ଅନୁସାରେ ଅଭିଯୁକ୍ତକୁ ଧରିବା ପାଇଁ ତିନୋଟି ପୋଲିସ ଟିମ୍‌ ନିୟୋଜିତ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.