ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ସନ୍ଦେହ କରୁଛନ୍ତି କି ? ଏହି ଉପାୟରେ ଜିତନ୍ତୁ ତାଙ୍କ ବିଶ୍ୱାସ

ଗୋଟିଏ ରିଲେସନ୍‌ସିପ୍‌ରେ ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସ ବଢିବ ଦ୍ୱାରା ବୁଝାବଣା ମଧ୍ୟ ଭଲ ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ ଏବଂ ସମସ୍ତଙ୍କ ଠାରୁ ସୁନ୍ଦର ହୋଇଥାଏ । ଯଦି ଭୁଲରେ ବି ଆପଣଙ୍କ ସମ୍ପର୍କରେ ସନ୍ଦେହ ଆସିଯାଏ, ତାହେଲେ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଆରମ୍ଭ ହୋଇଯାଏ ।

ସମ୍ପର୍କ ଗୋଟିଏ ଏମିତି ଶବ୍ଦ ଯେଉଁଥିରେ ସବୁ ଲୋକ ଯୋଡି ହୋଇ ରହିଥାନ୍ତି । ସେ ବନ୍ଧୁତା ହେଉ କିମ୍ବା ରିଲେସନ୍‌ସିପ୍‌ ସବୁ ଜିନିଷ ବାନ୍ଧି ହୋଇଥାଏ । ଆପଣମାନେ ତ ଜାଣିଥିବେ ଯେ ବର୍ତ୍ତମାନ ଗୋଟିଏ ସମ୍ପର୍କ ତିଆରି କରିବା ପାଇଁ ବହୁତ ସମୟ ଲାଗିଥାଏ । କିନ୍ତୁ ସେହି ସମ୍ପର୍କ ଭାଙ୍ଗିବା ପାଇଁ ବହୁତ କମ୍‌ ସମୟ ଲାଗୁଛି । ତେବେ ଯେକୌଣସି ସମ୍ପର୍କ ଗଢିବା ପାଇଁ ସେଥିରେ ବିଶ୍ୱାସ ରହିବା ନିହାତି ଜରୁରୀ ହୋଇଥାଏ । ତେବେ ବିଶ୍ୱାସ ଗୋଟିଏ ଏପରି ଜିନିଷ ହୋଇଥାଏ ଯାହା ଜଣକୁ ଅନ୍ୟ ଜଣ ସହିତ ଯୋଡି ରଖିଥାଏ । ଗୋଟିଏ ଭଲ ସମ୍ପର୍କ ପାଇଁ ଏହା ବହୁତ ଭଲ ହୋଇଥାଏ । ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସ ବଢିବ ଦ୍ୱାରା ବୁଝାବଣା ମଧ୍ୟ ଭଲ ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ ଏବଂ ସମସ୍ତଙ୍କ ଠାରୁ ସୁନ୍ଦର ହୋଇଥାଏ । ଯଦି ଭୁଲରେ ବି ଆପଣଙ୍କ ସମ୍ପର୍କରେ ସନ୍ଦେହ ଆସିଯାଏ, ତାହେଲେ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଆରମ୍ଭ ହୋଇଯାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ନିଜ ସମ୍ପର୍କରେ ଭୁଲ ବୁଝାବଣା କିମ୍ବା ସନ୍ଦେହ ଆଣିବେ ନାହିଁ । ଯାହାକୁ ଫଲୋ କରି ଆପଣ ନିଜ ସମ୍ପର୍କକୁ ସୁଦୃଢ କରିପାରିବେ ।

ପାର୍ଟନରଙ୍କ କଥା ଧ୍ୟାନ ଦେଇ ଶୁଣିବେ :
ଯଦି ଆପଣ କେବେ ଗୋଟିଏ ନୂତନ ସମ୍ପର୍କ ଗଢୁଛନ୍ତି ଏବଂ ପରସ୍ପର ଉପରେ ବିଶ୍ୱାସ ରଖୁଛନ୍ତି, ତେବେ ଆପଣ ନିଜ ପାର୍ଟନରଙ୍କ କଥାକୁ ଭଲ ଭାବେ ଧ୍ୟାନ ଦେଇ ଶୁଣିବା ନିହାତି ଜରୁରୀ ହୋଇଥାଏ । ଏହା ସହ ସେମାନଙ୍କୁ ବୁଝିବାକୁ ମଧ୍ୟ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବଢିବା ସହିତ ବିଶ୍ୱାସ ମଧ୍ୟ ବଢିଥାଏ ।

ଭୁଲ ହେଲେ କ୍ଷମା ମାଗିବା ଉଚିତ :
ଯଦି ଆପଣ ଦୁଇ ଜଣଙ୍କ ମଧ୍ୟରେ କେବେ ଭୁଲ ହେଉଛି ତାହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ କ୍ଷମା ମାଗିବା ଦେବା ଉଚିତ । ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ବୁଝୁଥିବେ, ତେବେ ସେ ଆପଣଙ୍କୁ କ୍ଷମା କରିଦେବେ । କିନ୍ତୁ ଯଦି ଆପଣ ଦୁଇ ଜଣ ମଧ୍ୟରୁ କେହିଁ କ୍ଷମା ମାଗିବେ ନାହିଁ ଏବଂ ପରସ୍ପରଙ୍କୁ ଦୋଷ ଦେବାକୁ ଆରମ୍ଭ କରିବେ, ତାହେଲେ ଆପଣଙ୍କ ସମ୍ପର୍କ ବହୁତ ଶୀଘ୍ର ଦୁର୍ବଳ ହୋଇଯିବ । ଏହା ବ୍ୟତୀତ ଆପଣଙ୍କ ସମ୍ପର୍କ ଭାଙ୍ଗି ମଧ୍ୟ ପରେ । ଏଥିପାଇଁ ଯଦି ଆପଣ କେବେ ଭୁଲ କରୁଛନ୍ତି ତାହେଲେ ଆପଣଙ୍କୁ ନିଜ ପାର୍ଟନରଙ୍କୁ ଭୁଲ ମାଗିବା ଉଚିତ ।

ଯେକୌଣସି ନିଷ୍ପତି ହେଉ ଏକାଠି ନେବା ଉଚିତ :
ଗୋଟିଏ ରିଲେସନ୍‌ସିପ୍‌ରେ କେବେ ହେଲେ ନିଜେ ଏକା କୌଣସି ପ୍ରକାରର ନିଷ୍ପତି ନେବା ଉଚିତ ନୁହେଁ । ସେ ଛୋଟ ହେଉ କିମ୍ବା ବଡ ଜିନିଷ ନିଜ ପାର୍ଟନରର ପରାମର୍ଶ ନେବା ସଠିକ୍‌ ହୋଇଥାଏ । ସେଥିପାଇଁ କେବେ ହେଲେ ନିଜେ ଏକା ନିଷ୍ପତି ନେବେ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ବିଶ୍ୱାସ ହାରାଇ ପାରନ୍ତି ଏବଂ ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇପାରେ ।

ମିଛ କହିବେ ନାହିଁ :
ଗୋଟିଏ ରିଲେସନ୍‌ସିନ୍‌ରେ ନିଜ ପାର୍ଟନରଙ୍କୁ କେବେ ହେଲେ ମିଛ କାହିବେ ନାହିଁ । କିଛି ଲୋକ ଅଛନ୍ତି ଯେଉଁମାନେ ମାତ୍ର ଦୁଇ ମିନିଟ୍‌ର ଖୁସି ପାଇଁ ନିଜ ପାର୍ଟନରକୁ ମିଛ କୁହନ୍ତି । କିନ୍ତୁ ଯେତେବେଳେ ଆପଣଙ୍କ ପାର୍ଟନର ଏହି ସବୁ କଥା ଜାଣନ୍ତି ତାଙ୍କୁ ଏହି ସବୁ କଥା ବହୁତ କଷ୍ଟ ଦେଇଥାଏ । ସେଥିପାଇଁ ଯେକୌଣସି ସମ୍ପର୍କ ହେଉ ସେଥିରେ ମିଛ କହିବା ଉଚିତ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.