Below header

ଶାଶୁ ଘରେ ଚଞ୍ଚକତା କରି କଳାକନା ବୁଲାଇଲା ବୋହୂ: ଟଙ୍କା, ସୁନା ନେଇ ଛୁ

ବୈଦିକ ରୀତିରେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ନିରଞ୍ଜନ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ଖୋର୍ଦ୍ଧା କେରଙ୍ଗ ଅଂଚଳର ଝିଅ ଅଞ୍ଜଳି । ହେଲେ କାହିଁକି ଶାଶୁ ଘରେ ଚଞ୍ଚକତା କରି କଳାକନା ବୁଲାଇଲେ?

ଭୁବନେଶ୍ୱର(କେନ୍ୟୁଜ): ଝିଅଟିଏ ବାହା ହୋଇ ବାପ ଘରୁ ଶାଶୁ ଘରକୁ ବୋହୂ ହୋଇ ଆସିଥାଏ । ଦୁଇ କୂଳର ଯେପରି ହିତ ହେବ ସେନେଇ ସବୁବେଳେ ଚେଷ୍ଟା କରିଥାଏ । ଯୋଉ ବୋହୂ ଉଭୟ ସ୍ୱାମୀ ଘର ଏବଂ ବାପା ଘରର ମଙ୍ଗଳ ପାଇଁ ଚିନ୍ତା କରେ ତାହା ସମାଜର ମଙ୍ଗଳ ହୁଏ।

ତେବେ ଯଦି ସେହି ସ୍ତ୍ରୀ ସ୍ୱାମୀକୁ ଇହକାଳ ପରକାଳ ଦେବତା ବୋଲି ସ୍ୱୀକାର ନକରେ, ସ୍ୱାମୀଙ୍କ ପରିବାରଙ୍କୁ ଅସୁବିଧାରେ ପକାଇବା ପାଇଁ ଆଗଭର ହୁଏ ତେବେ ସେଇ ବୋହୂଟିର ଜୀବନ ଅନ୍ଧକାର ବୋଲି ଧରାଯାଏ । ଏକଥା ଉଠାଇବା ପଛର ତାତ୍ପର୍ଯ୍ୟ ହେଉଛି କି ଏଇ ନିକଟରେ ନୟାପଲ୍ଲୀ ଅଂଚଳରେ ଘଟିଯାଇଥିବା ଘଟଣା ଦେଖିଲେ ସହଜରେ ଅନୁମେୟ କରିପାରିବେ ।

ଘଟଣାଟି ଏମିତି କିଛି ଘଟିଛି ଯାହାକି ନୟାପଲ୍ଲୀ ଅଞ୍ଚଳରେ ବେଶ ହଇଚଇ ସୃଷ୍ଟି କରିଛି। ଖୋର୍ଦ୍ଧା କେରଙ୍ଗ ଅଂଚଳର ହାଡିବନ୍ଧୁ ଖୁଣ୍ଟିଆଙ୍କର ମଝିଆ ଝିଅ ଅଞ୍ଜଳି ଖୁଣ୍ଟିଆ ଆଜକୁ ଦେଢ଼ ବର୍ଷ ତଳେ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ନିରଞ୍ଜନ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ପରିବାର ବେଶ ହସ ଖୁସିରେ ଚାଲିଥିଲା । ଯଦି ଅଞ୍ଜଳୀଙ୍କ ଜନ୍ମଦିନ ଆସୁଥିଲା ତେବେ ସମସ୍ତେ ମିଶି ଜନ୍ମ କେକ୍ କାଟି ପାଳନ କରୁଥିଲେ । କିନ୍ତୁ ବିବାହର ଗୋଟିଏ ମାସ ପରେ ତିକ୍ତତା ଆରମ୍ଭ ହୋଇଥିଲା ବୋଲି ନିରଞ୍ଜନ ପରିବାର ଲୋକେ କହିଛନ୍ତି।

ତିକ୍ତତା ଶେଷରେ ଉଗ୍ରରୂପ ନେଇଥିଲା । ଅଞ୍ଜଳି କୁଅଡେ ଅନ୍ୟ କାହା ସହିତ ସମ୍ପର୍କରେ ଥିଲେ ଆଗରୁ। ତେଣୁ ଅନେକ ସମୟରେ ଅଞ୍ଜଳି ପରିବାରର ଲୋକ ମାନେ ଶିଖାଇ ମତାଇ ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିଲେ ବୋଲି ନିରଞ୍ଜନ ପରିବାର ଅଭିଯୋଗ ଆଣିଛନ୍ତି। ଏମିତିକି ନିରଞ୍ଜନ ସାହୁ ଙ୍କ ସହିତ ଅଞ୍ଜଳି କୁଆଡେ କୋୖଣସି ସମ୍ପର୍କ ରଖୁନଥିଲେ। ସବୁବେଳେ ଖାଲି ନିରଞ୍ଜନଙ୍କ ଘରେ କେଉଁଠି ସୁନା ରୂପା ଟଙ୍କା ପଇସା ଅଛି ତାର ତଦାରଖ କରି ସେଗୁଡିକରୁ ଗୋଟିଏ ଲେଖାଏଁ ବାପ ଘରକୁ ପଠାଇବେ ସେଇ ବନ୍ଦୋବସ୍ତ ରେ ଦିନ ରାତି ଲାଗି ରହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ନିରଞ୍ଜନ ପରିବାର ଲୋକେ।

ଖାଲି କଣ ଏତିକି ଅଞ୍ଜଳୀଙ୍କ ପରିବାର ଲୋକେ ଏମିତି ସମୟ ଆଉ ପରିସ୍ଥିତି ସୃଷ୍ଟି କରିଥିଲେ ଯେ ଯାହା ନକହିବା ଭଲ। ଅଞ୍ଜଳିଙ୍କ ପରିବାର ଅନେକ ସମୟରେ ନିରଞ୍ଜନ ଘରକୁ ଗୁଣ୍ଡା ଶ୍ରେଣୀୟ ଲୋକ ଆଣି ଧମକ ଚମକ ବି ଦିଅନ୍ତି । ଶେଷରେ ଦିନେ ନୟାପଲ୍ଲୀ ଥାନା ପୋଲିସର ସାହାଯ୍ୟ ନେଇ ନିରଞ୍ଜନ ଘରୁ ଗଣ୍ଠୁଲି ପତ୍ର ଧରି ନିଜ ବାପ ଘର କେରଙ୍ଗ ଗାଁକୁ ଚାଲିଯାଇଥିଲେ ଅଞ୍ଜଳି। କୁନ୍ତୁ ଗଲା ବେଳେ ଅନେକ ସୁନା ଗହଣା ଅଳଙ୍କାର, ଟଙ୍କା ଇତ୍ୟାଦି ନେଇ ଘରେ କଳାକନା ବୁଲାଇଦେଇଥିଲେ। ଏକଥା ଜାଣି ଜାଣିଲା ବେଳକୁ ନିରଞ୍ଜନ ପରିବାରଙ୍କୁ ଅନେକ ଡେରି ହୋଇ ଯାଇଥିଲା କି ଘରେ କଳାକନା ବୁଲାଇ ଚାଲିଯାଇଛି ବୋହୂ ।

ନିରଞ୍ଜନ ପାରିବାର ଏସଂକ୍ରାନ୍ତ ରେ ନୟାପଲ୍ଲୀ ଥାନାରେ ଏତଲା ମଧ୍ୟ କରିଥିଲେ। ହେଲେ ଏମାନଙ୍କ ଏତଲା ଆଧାରରେ ସେମିତି କିଛି ପଦକ୍ଷେପ ନେଇନଥିଲେ ନୟାପଲ୍ଲୀ ଥାନା ପୋଲିସ । ଶେଷରେ ନ୍ୟାୟ ପାଇଁ ନିରଞ୍ଜନ ପରିବାର ମାନବାଧିକାର କମିଶନରଙ୍କର ଦ୍ୱାରସ୍ତ ହୋଇଥିଲେ । ତାପୁର୍ବରୁ ମହିଳା କମିଶନରଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ତେବେ ଏସବୁ କଥା ମନ ଗଢ଼ା କାହାଣୀ କିମ୍ବା ସେମିତି କିଛି ଭାବନାରେ ଆପଣମାନଙ୍କ ଭ୍ରମ ସୃଷ୍ଟି ହୋଇପାରେ । କିନ୍ତୁ ଅଞ୍ଜଳୀ ଓ ପରିବାର ବିପକ୍ଷ ରେ ଯଥେଷ୍ଟ ପ୍ରମାଣ ଭିଡିଓ ଅଡିଓ ଆମର ହସ୍ତଗତ ହୋଇଛି। ତେବେ ନିରଞ୍ଜନ ଓ ତାଙ୍କ ପରିବାରଙ୍କୁ କଣ ନ୍ୟାୟ ମିଳୁଛି ତାକୁ ହିଁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସାଧାରଣ ଜନତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.