ତେଲଙ୍ଗାନା DGP ଙ୍କ ନିଲମ୍ବନ ଆଦେଶ ରଦ୍ଦ, ଭୋଟ ଗଣତି ସମୟରେ ରେଭନ୍ତ ରେଡ୍ଡୀଙ୍କୁ ଫୁଲତୋଡା ଦେଇ ଜଣାଇଲେ ଶୁଭେଚ୍ଛା

ଭୋଟ ଗଣତି ଚାଲିଥିବା ବେଳେ ତେଲଙ୍ଗାନାରେ କଂଗ୍ରେସ ଜିତିବା ଏବଂ ସରକାର ଗଢିବା ସ୍ପଷ୍ଟ ହୋଇଯିବା ପରେ ଅଞ୍ଜନୀ କୁମାର ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ହାଇଦ୍ରାବାଦ ସ୍ଥିତ ବାସଭବନକୁ ଯାଇ ରେଡ୍ଡୀଙ୍କୁ ଭେଟିଥିଲେ ।

ନିର୍ବାଚନ ଆୟୋଗ ଆଜି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଞ୍ଜନୀ କୁମାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ । ଚଳିତ ରାଜ୍ୟ ବିଧାନସଭା ଭୋଟ୍ ଗଣତି ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅଞ୍ଜନୀଙ୍କୁ ଡିଜିପି ପଦରୁ ନିଲମ୍ବନ କରାଯାଇଥିଲା ।

ସୂଚନାଯୋଗ୍ୟ, ଡିସେମ୍ବର ୩ ତାରିଖରେ ତେଲଙ୍ଗାନା ବିଧାନସଭା ଭୋଟ୍ ଗଣତି ଚାଲିଥିଲା । ଏହି ସମୟରେ ରେଭନ୍ତ ରେଡ୍ଡୀ କାମାରେଡ୍ଡୀ ଆସନରୁ ବହୁ ମତରେ ଆଗେଇ ଚାଲିଥିଲେ । ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ନିର୍ବାଚନ ଲଢୁଥିଲେ । କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଡିଜିପି ଅଞ୍ଜନୀ ରେବନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆରେ ଫଟୋ ଭାଇରଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ ।

ଭୋଟ ଗଣତି ଚାଲିଥିବା ବେଳେ ତେଲଙ୍ଗାନାରେ କଂଗ୍ରେସ ଜିତିବା ଏବଂ ସରକାର ଗଢିବା ସ୍ପଷ୍ଟ ହୋଇଯିବା ପରେ ଅଞ୍ଜନୀ କୁମାର ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ହାଇଦ୍ରାବାଦ ସ୍ଥିତ ବାସଭବନକୁ ଯାଇ ରେଡ୍ଡୀଙ୍କୁ ଭେଟିଥିଲେ ।

You might also like